ଓଡିଶା

odisha

ETV Bharat / bharat

ଟ୍ରୋଲର୍ସଙ୍କ ମୁହଁ ବନ୍ଦ କଲେ ସୁଷମା, ଟ୍ବିଟରରେ ଦେଲେ ଏମିତି ଜବାବ... - twitter

ସୋସିଆଲ ମିଡିଆ ଟ୍ବିଟରରେ ସବୁବେଳେ ସକ୍ରିୟ ରହୁଥିବା ସୁଷମା ଅନେକଥର ଟ୍ବିଟରର ସହାୟତାରେ ଅନେକଙ୍କୁ ସାହାଯ୍ୟ ଓ ସହଯୋଗ କରିଛନ୍ତି । ତେବେ ଏହି ସୋସିଆଲ ମିଡିଆରେ ଜଣେ ଟ୍ରୋଲର୍ସଙ୍କୁ ଏମିତି ପ୍ରତିଉତ୍ତର ଦେଇଥିଲେ, ଯାହା ଟ୍ରୋଲର୍ସଙ୍କ ପାଟିକୁ ଚୁପ କରି ଦେଇଛି ।

ଫାଇଲ ଫଟୋ

By

Published : Jul 22, 2019, 4:33 AM IST

ନୂଆଦିଲ୍ଲୀ: ଟ୍ରୋଲର୍ସଙ୍କୁ ନିଜ ଅନ୍ଦାଜରେ ଚୁପ କରାଇଲେ ପୂର୍ବତନ ବୈଦେଶିକ ବ୍ୟାପାରମନ୍ତ୍ରୀ ସୁଷମା ସ୍ବରାଜ । ସୋସିଆଲ ମିଡିଆ ଟ୍ବିଟରରେ ସବୁବେଳେ ସକ୍ରିୟ ରହୁଥିବା ସୁଷମା ଅନେକଥର ଟ୍ବିଟରର ସହାୟତାରେ ଅନେକଙ୍କୁ ସାହାଯ୍ୟ ଓ ସହଯୋଗ କରିଛନ୍ତି । ତେବେ ଏହି ସୋସିଆଲ ମିଡିଆରେ ଜଣେ ଟ୍ରୋଲର୍ସଙ୍କୁ ଏମିତି ପ୍ରତିଉତ୍ତର ଦେଇଥିଲେ, ଯାହା ଟ୍ରୋଲର୍ସଙ୍କ ପାଟିକୁ ଚୁପ କରି ଦେଇଛି । ଆଉ ରୋକଠୋକ ଓ ସ୍ପଷ୍ଟବାଦୀ ରୂପେ ପରିଚିତ ସୁଷମାଙ୍କ ଏହି ଅନ୍ଦାଜକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୋସିଆଲ ମିଡିଆ ଫଲୋର୍ସ ଟ୍ବିଟରରେ ଇରଫାନ ଏ-ଖାନ ନାମକ ଜଣେ ଟ୍ରୋଲର୍ସ ଟ୍ବିଟ କରି ଲେଖିଥିଲେ ଯେ, "ଦିନେ ଆପଣ ବି ଶିଲା ଦିକ୍ଷୀତଙ୍କ ଭଳି ମନେ ରହିବେ ଆମ୍ମା" । ଆଉ ଏହାର ଉତ୍ତରରେ ସୁଷମା ଲେଖିଥିଲେ ଯେ, "ଏଭଳି ଭାବନା ପାଇଁ ଆପଣଙ୍କୁ ମୋର ଆଗୁଆ ଧନ୍ୟବାଦ"।

ଏହା ପୂର୍ବରୁ ମଧ୍ୟ ସୁଷମା ସ୍ବରାଜ ଅନେକ ସମୟରେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ ସେମାନଙ୍କ ମୁହଁ ବନ୍ଦ କରିଛନ୍ତି । ସେ ନିଜ କାର୍ଯ୍ୟକାଳ ସମୟରେ ଅନେକ ଲୋକଙ୍କୁ ଟ୍ବିଟର ଜରିଆରେ ସହଯୋଗ କରି ଅନେକ ପ୍ରଶଂସା ସାଉଁଟିଛନ୍ତି ।

ତେବେ ଶନିବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କ ପରଲୋକରେ ପୂରା ଦେଶ ଶୋକ ପ୍ରକାଶ କରୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ରାଜନେତା ସୋସିଆଲ ମିଡିଆରେ ଦୁଃଖପ୍ରକାଶ କରିଥିଲେ ।

ସୁଷମା ସ୍ବରାଜ ମଧ୍ୟ ଟ୍ବିଟ କରି ଶିଲାଙ୍କ ନିଧନରେ ଶୋକପ୍ରକାଶ କରି ଲେଖିଥିଲେ, "ଶିଲା ଦିକ୍ଷୀତଙ୍କ ବିୟୋଗ ଖବର ଶୁଣି ବହୁତ ଦୁଃଖ ଲାଗିଲା । ଆମେ ରାଜନୀତିରେ ପରସ୍ପରର ବିରୋଧି ନିଶ୍ଚୟ ଥିଲୁ । ମାତ୍ର ଅସଲ ଜୀବନରେ ଆମେ ପରସ୍ପରର ଭଲ ବନ୍ଧୁ ମଧ୍ୟ ଥିଲୁ, ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ । ଯାହାକୁ ପଢି ଟ୍ରୋଲର୍ସ ଜଣକ ସୁଷମାଙ୍କୁ ଟ୍ରୋଲ କରିଥିଲେ ।

ABOUT THE AUTHOR

...view details