ନୂଆଦିଲ୍ଲୀ: ଆତଙ୍କବାଦୀ ମାସୁଦ ଅଜହରକୁ ବିଶ୍ବ ଆତଙ୍କବାଦୀ ରୂପେ ଘୋଷଣା ହେବା ବିଫଳ ହେବା ପରେ କଂଗ୍ରେସ କୁଟନୈତିକ ଭାବେ ଭାରତ ସରକାରକୁ ଆରୋପ ଲଗାଇଛି । ଏହି ଆରୋପକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଖାରଜ କରିଛନ୍ତି । ଏନେଇ ସୁଷମା କହିଛନ୍ତି ଯେଉଁ ନେତା ଏହାକୁ ରାଜନୈତିକ ଦୃଷ୍ଟିରୁ ବିଫଳ କହୁଛି ସେ ନିଜେ ଦେଖୁ 2009 ମସିହାରେ ଏହି ପ୍ରସଙ୍ଗରେ ଭାରତ ଏକା ଥିଲା । ଆଉ 2019 ମସିହାରେ ଭାରତକୁ ସାରା ଦୁନିଆ ସମର୍ଥନ କରୁଛି ।
କଂଗ୍ରେସ ଉପରେ ବର୍ଷିଲେ ସୁଷମା, 2009ରେ ଭାରତକୁ ସମର୍ଥନ କରିଥିଲା କିଏ ! - bjp
ଆତଙ୍କବାଦୀ ମାସୁଦ ଅଜହରକୁ ବିଶ୍ବ ଆତଙ୍କବାଦୀ ରୂପେ ଘୋଷଣା ହେବା ବିଫଳ ହେବା ପରେ କଂଗ୍ରେସ କୁଟନୈତିକ ଭାବେ ଭାରତ ସରକାରକୁ ଆରୋପ ଲଗାଇଛି । ଏହି ଆରୋପକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଖାରଜ କରିଛନ୍ତି ।
ସୁଷମା ସ୍ବରାଜ ନିଜ ଟ୍ବିଟର ଆକାଉଣ୍ଟରେ ଏଭଳି କଥା ଟ୍ବିଟ କରିଛନ୍ତି । ସେ ଟ୍ବିଟ କରିଛନ୍ତି, ‘ମୁଁ ସୂଚୀତ କରିବାକୁ ଚାହୁଁଛି ଯେ ମାସୁଦ ଅଜହରକୁ ଯୁକ୍ତରାଷ୍ଟ୍ର ପ୍ରତିବନ୍ଧ ସମିତି ଦ୍ବାରା ଆତଙ୍କବାଦୀ ଘୋଷଣା କରିବାକୁ ଚାରି ଥର ପ୍ରୟାସ କରାଯାଇଛି । ଆଉ ଭାରତକୁ ମଧ୍ୟ ଏପ୍ରସଙ୍ଗରେ ସମର୍ଥନ ମିଳୁଛି । 2009ରେ ଏହି ପ୍ରସଙ୍ଗରେ ଭାରତ ଏକା ଥିଲା । କିନ୍ତୁ 2016ରେ ଭାରତକୁ ଆମେରିକା, ଫ୍ରାନ୍ସ ସହଯୋଗ କରିଥିଲା । 2017ରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଏହି ପ୍ରସ୍ତାବକୁ ଆଗକୁ ବଢାଇଛନ୍ତି ।’
ଏହି ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲିଆ, ଇଟାଲୀ, ଜାପାନ ଏବଂ ବାଲାଂଦେଶ । ସୁଷମା ପୁଣି କହିଛନ୍ତି, ମୁଁ ଏହି ତଥ୍ୟକୁ ଆଜି ଉପସ୍ଥାପନ କଲି କାରଣ ଯେଉଁ ନେତାମାନେ ଏହି ମାସୁଦ ଅଜହର ମାମଲାକୁ ରାଜନୈତିକ ବିଫଳତା କହୁଛନ୍ତି, ସେହି ନେତାମାନେ ଥରେ ଦେଖନ୍ତୁ 2009ରେ ଭାରତ ସହ କିଏ ଥିଲା ଏବଂ 2019ରେ ଭାରତକୁ କିଏ ସମର୍ଥନ କରୁଛି । ସୂଚନା ଥାଉକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ପ୍ରଧାନମନ୍ତ୍ରୀ ବିରୋଧରେ ଆରୋପ ଲଗାଇ କହିଥିଲେ ଯେ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଡରୁଛନ୍ତି । ରାହୁଲ ଟ୍ବିଟ ଜରିଆରେ ଏଭଳି ଆରୋପ ଲଗାଇଥିଲେ ।