ଓଡିଶା

odisha

ETV Bharat / bharat

ଆର୍ଥିକ ସହାୟତା ପାଇଁ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଶୀଲ ମୋଦି - ଆର୍ଥିକ ସହାୟତା ପାଇଁ ଅର୍ଥମନ୍ତ୍ରୀଙ୍କୁ ଚିଠି

କୋରୋନା ଭାଇରସକୁ ଦୃଷ୍ଟିରେ ରଖି ବିହାର ରାଜସ୍ବ ହ୍ରାସ ହେବାରେ ଲାଗିଛି । ଏନେଇ ବିହାରର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ୍ କୁମାର ମୋଦି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ।

Sushil Modi
ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଶୀଲ ମୋଦି

By

Published : May 11, 2020, 2:47 PM IST

ପାଟନା: କୋରୋନା ଭାଇରସକୁ ଦୃଷ୍ଟିରେ ରଖି ବିହାର ରାଜସ୍ବ ହ୍ରାସ ହେବାରେ ଲାଗିଛି । ଏନେଇ ବିହାରର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ୍ କୁମାର ମୋଦି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ଚଳିତ ଆର୍ଥିକ ବର୍ଷର ତ୍ରୟ ମାସିକରେ 15ତମ ଫାଇନାନ୍ସ କମିଶନ ଅଧିନରେ 7, 434 କୋଟି ଅନୁମୋଦିତ କରିବା ପାଇଁ ଅନୁରୋଧ କରିଛନ୍ତି ।

ପଞ୍ଚାୟତରାଜ ପାଇଁ 5,018କୋଟି ଓ ସହାରାଞ୍ଚଳ ପାଇଁ 2,416 କୋଟି ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି । ଯଦି ଏହି ଅର୍ଥ ପ୍ରଥମ ତ୍ରୟ ମାସରେ ପ୍ରକାଶ ପାଇବ ତେବେ ପାନୀୟ ଜଳ ପ୍ରକଳ୍ପ ଓ ଡ୍ରେନେଜ ଯୋଜନା କାର୍ଯ୍ୟକାରୀ କରିବା ସରକାରଙ୍କ ପାଇଁ ସହାୟକ ହେବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି।

ପ୍ରଥମ ତ୍ରୟ ମାସରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ପ୍ରଦାନ ପାଇଁ SSA କାର୍ଯ୍ୟକ୍ରମ ଅଧୀନରେ 2,499 କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ବ୍ୟତୀତ ଏପ୍ରିଲ-ଜୁନ୍ ତ୍ରୟ ମାସରେ ବିଶ୍ବବିଦ୍ୟାଳୟ ଶିକ୍ଷକମାନଙ୍କୁ ଦରମା ପ୍ରଦାନ ଦିଗରେ ପ୍ରାୟ 999 କୋଟି ଟଙ୍କା ବ୍ୟବହାର କରାଯିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ବବିଦ୍ୟାଳୟ ଅନୁଯାୟୀ ଦରମା ଦେୟ ପାଇଁ 767 କୋଟି ଟଙ୍କା ପୂର୍ବରୁ ପ୍ରଦାନ କରାଯାଇଛି । ୟୁଜିସି ଦ୍ବାରା ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏହାର 50 ପ୍ରତିଶତ କେନ୍ଦ୍ର ସରକାର ବହନ କରିବାକୁ ପଡିବ ବୋଲି ସେ କହିଛନ୍ତି।

ABOUT THE AUTHOR

...view details