ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ଏବେ ଯାଞ୍ଚ କରିବ ସିବିଆଇ । ଏନେଇ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ ଖୁସି ବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ମନୋଜ ତିୱାରୀ । ସେ କହିଛନ୍ତି, ଦେଶରେ ନ୍ୟାୟ ଅଛି, ଏହି ନ୍ୟାୟ ସତ୍ୟ ନିକଟରେ ପହଞ୍ଚାଇବ । ସୁଶାନ୍ତଙ୍କ ମୃତ୍ୟୁର 66 ଦିନ ପରେ ଆଜି ବେଶ ଆଶ୍ବସ୍ତି ମିଳିଛି ବୋଲି ତିୱାରୀ କହିଛନ୍ତି ।
ମନୋଜ ତିୱାରୀ କହିଛନ୍ତି ଯେ, ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ଭାର ଦେଇ ଯଥାର୍ଥ ନିଷ୍ପତ୍ତି ନେଇଛନ୍ତି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣ ଜାଣିବାକୁ ଚାହୁଁଛନ୍ତି ଏବଂ ପୀଡିତା ପରିବାର ସହ ଛିଡା ହୋଇ ନ୍ୟାୟ ଦାବି କରୁଛନ୍ତି।