ଓଡିଶା

odisha

ETV Bharat / bharat

ମସୁରୀରେ ଅନ୍ତର୍ଜାତୀୟ ବାଚସ୍ପତି ସମ୍ମିଳନୀ: ସହରର ପ୍ରଶଂସାରେ ଶତମୁଖ ସୂର୍ଯ୍ୟ ପାତ୍ର - ଅନ୍ତର୍ଜାତୀୟ ବାଚସ୍ପତି ସମ୍ମିଳନୀ

ଦୁଇଦିନ ଧରି ଚାଲିବାକୁ ଥିବା ଅଲ ଇଣ୍ଡିଆ କନଭେସନ ଅଫ ପ୍ରୋସିଡିଙ୍ଗ ଅଫିସର ଅଫ ଲେଜିସଲେଚର ସମ୍ମିଳନୀରେ ବିଧାନସଭା ଏବଂ ବିଧାନ ପରିଷଦର ସଭାପତି, ଉପସଭାପତିଙ୍କ ସମେତ ଅନେକ ଅଧିକାରୀ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ଓଡ଼ିଶା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେବା ସହିତ ମସୁରୀ ସହରର ପ୍ରଂଶସା କରିଛନ୍ତି ।

surya-narayan-patra
surya-narayan-patra

By

Published : Dec 21, 2019, 11:43 AM IST

ଡ଼େରାଡ଼ୁନ: ସମସ୍ତ ବିଧାନସଭାର ବାଚସ୍ପତିଙ୍କୁ ନେଇ ଉତ୍ତରାଖଣ୍ଡର ମସୁରୀ ସହରରେ ଆରମ୍ଭ ହୋଇଯାଇଛି ଅଲ ଇଣ୍ଡିଆ କନଭେସନ ଅଫ ପ୍ରୋସିଡିଙ୍ଗ ଅଫିସର ଅଫ ଲେଜିସଲେଚର । ଏଥି ସହିତ ସମସ୍ତ ବିଧାନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ବିଭିନ୍ନ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗଦେଇଛନ୍ତି । ସୁନ୍ଦର ପାହାଡର ଅପରୂପ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ସମସ୍ତେ ଏହି ମସୁରୀରେ ପହଞ୍ଚିଥିଲେ । କମ୍ପାନୀର ଗାର୍ଡେନରେ ଏକତ୍ର ବସି ଜଳଖିଆ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଯୋଗ ଦେଇଛନ୍ତି ।

ସୂର୍ଯ୍ୟ କହିଲେ ସୁନ୍ଦର ସହର..

ସାମ୍ବାଦିକଙ୍କ ସହ କଥାହେବାବେଳେ ସୂର୍ଯ୍ୟନାରାୟଣ ପାତ୍ର ମସୁରୀ ସହରର ଖୁବ ପ୍ରଶଂସା କରିଛନ୍ତି । ଏହି ସହର ବହୁତ ସୁନ୍ଦର ସହର ଅଟେ ଏବଂ ଏହାର ବାତାବରଣ ଅତ୍ୟନ୍ତ ନିର୍ମଳ ଓ ମନୋରମ । ଉତ୍ତରାଖଣ୍ଡ ବିଧାନସଭା ଅଧ୍ୟକ୍ଷ ପ୍ରେମଚନ୍ଦ ଅଗ୍ରୱାଲଙ୍କ ଦ୍ବାରା ଅତିଥିଙ୍କ ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥା ଅତି ଉଚ୍ଚ କୋଟୀର ବୋଲି କହିଛନ୍ତି ସୂର୍ଯ୍ୟନାରାୟଣ ।

ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଧାନସଭା ଏବଂ ବିଧାନ ପରିଷଦରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହେବ । ବିଶେଷକରି ଯେଉଁ ସମୟରେ ଗୃହ ପରିଚାଳିତ କରାଯାଏ, ତାପରେ ଆସୁଥିବା କ୍ରସିଙ୍ଗ ଫ୍ଲୋର ସମୟରେ ଦେଖାଯାଉଥିବା ଅସୁବିଧାକୁ କିପରି ଦୂର କରାଯାଇପାରିବ ସେନେଇ ମଧ୍ୟ ସମ୍ମଳନୀରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏଥିରେ ଦେଶର ସମସ୍ତ ବିଧାନସଭା ଓ ବିଧାନପରିଷଦର ସଭାପତି, ଉପସଭାପତିଙ୍କ ସମେତ ଅନେକ ଅଧିକାରୀ ଯୋଗ ଦେଇଛନ୍ତି ।

ABOUT THE AUTHOR

...view details