ପାଟନା:ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ମୁଙ୍ଗେର ସହରରେ ଏବେ ଅଶାନ୍ତିର ମାହୋଲ । ଗୁରୁବାର ସହରର ଅନେକ ସ୍ଥାନରେ ହିଂସା ଉପୁଜିଥିଲା । ମୁଙ୍ଗେର ଗୁଳିକାଣ୍ଡକୁ ନେଇ ନାରାଜ ଲୋକେ ସ୍ଥାନେ ସ୍ଥାନେ ନିଆଁ ଜାଳି ହିଂସା ସୃଷ୍ଟି କରିଥିଲେ । ତେବେ ଘଟଣାକୁ ନେଇ ରାଜ୍ୟର ନୀତିଶ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ ।
ମୁଙ୍ଗେର ଗୁଳିକାଣ୍ଡକୁ ନେଇ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା । ରଣଦୀପ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏଥିରୁ ସ୍ପଷ୍ଟ ଯେ ନୀତିଶ ସରକାରଙ୍କ ନିର୍ଦ୍ଦେଶରେ ଏହି ଗୁଳି କାଣ୍ଡ ଘଟିଛି । ଘଟଣାର 72 ଘଣ୍ଟା ପରେ ମଧ୍ୟ ବର୍ତ୍ତମାନ ମୁଙ୍ଗେର ପୁଣି ଜଳୁଛି | ଏହା ସହିତ କଂଗ୍ରେସ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରିଛନ୍ତି ।
- ନିରୀହଙ୍କ ଉପରକୁ ଗୁଳି ଚଳାଇବା ପାଇଁ କିଏ ଦାୟୀ ?
- ଲାଠିଚାର୍ଜ ପାଇଁ କିଏ ଦାୟୀ ?