ସୁରଟ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଦେଶରେ ଉତ୍ସାହର ମାହୋଲ । ମୋଦି ସରକାରଙ୍କ ଏହି ନିଷ୍ପତ୍ତିରେ ସବୁଠି ସେଲିବ୍ରେସନ । ଏକ ଦେଶ ଏକ ପତାକାକୁ ନେଇ ଗୁଜୁରାଟର ସୁରଟ ଏକ ନିଆର ଢଙ୍ଗରେ ଖୁସି ମନାଯାଇଛି । ସୋମବାର ସ୍ବାମୀନାରାୟଣ ଗୁରୁକୁଳ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀ ଏକଜୁଟ ହୋଇ ମାନବ ଶୃଙ୍ଖଳରେ ତିଆରି କରିଛନ୍ତି ଧାରା 370 ଉଚ୍ଛେଦ । ଏଥିସହ ତ୍ରିରଙ୍ଗାକୁ ଧରି ଭାରତର ଅଖଣ୍ଡତାକୁ ପ୍ରତିପାଦନ କରିଛନ୍ତି ଛାତ୍ରଛାତ୍ରୀ ।
ମାନବ ଶୃଙ୍ଖଳରେ ଉଚ୍ଛେଦ ଧାରା 370 - ଧାରା 370 ଉଚ୍ଛେଦ
ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ନେଇ ଉତ୍ସବମୁଖର ଦେଶ । ସବୁଠି ସେଲିବ୍ରେସନର ମାହୋଲ । ତେବେ ସୁରଟର ଏକ ଶିକ୍ଷାନୁଷ୍ଠାନରେ ଭିନ୍ନ ଢଙ୍ଗରେ 370 ଧାରା ଉଚ୍ଛେଦକୁ ସମର୍ଥନ ଜଣାଇଛନ୍ତି ।
ଗତକାଲି ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ, ଜମ୍ମୁ-କାଶ୍ମୀରକୁ ଏକ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ଉଚ୍ଛେଦ ପାରିତ ହୋଇଛି । ଏହି ଧାରା ହଟିବା ପରେ ଦେଶରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ସହ କାଶ୍ମୀରରେ ବିକାଶ ହେବା ନେଇ ମନ୍ତବ୍ୟ ରଖିଥିଲେ । ଯାହାକୁ ବିଜେଡି, ୱ୍ବାଇଏସଆର, ବିଜେପି, AIADMK, BSP, YSRC ଓ ଶିବସେନା ଭୋଟ ଦେଇଥିବାବେଳେ ବିରୋଧ କରିଥିଲେ ପିଡିପି, କଂଗ୍ରେସ ଓ ଜେଡିୟୁ ।
ତେବେ ଏହି ଧାରା ଉଠିବା ପରେ ଜମ୍ମୁ-କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା ହୋଇଛି । ଲଦାଖରେ କେବଳ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଜମ୍ମୁ-କାଶ୍ମୀରରେ ବିଧାନସଭା ରହିବ ।