ଗାନ୍ଧିନଗର: ନୂତନ ଟ୍ରାଫିକ ନିୟମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚିନ୍ତାରେ ଚାଳକ ଆଉ ଆକ୍ସନ ମୋଡରେ ପୋଲିସ । ହେଲମେଟ ଠାରୁ ଆରମ୍ଭ କରି ଲାଇସେନ୍ସ ପର୍ଯ୍ୟନ୍ତ ସବୁ ଚାଲିଛି ଯାଞ୍ଚ । ଗୁଜୁରାଟର ସୁରଟରେ ହେଲମେଟ ପିନ୍ଧି ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି ।
ନୂଆ ଟ୍ରାଫିକ ନିୟମ ଭୟ; ହେଲମେଟ ପିନ୍ଧି ମୂଷିକରାଜଙ୍କୁ ପୂଜୁଛନ୍ତି ଶ୍ରଦ୍ଧାଳୁ - motor vehciles act
ଛାତିରେ ଛନକା ଆଣିଛି ନୂଆ ଟ୍ରାଫିକ ନିୟମ । ଏହି ନିୟମ ଚାରିଆଡେ କୋକୁଆ ଭୟ ସୃଷ୍ଟି କରିଛି। ତେବେ ଗଣେଷ ପୂଜାର ଭକ୍ତିମୟ ମାହୋଲରେ ବି ଗୁଜୁରାଟର ସୁରଟରେ ଲୋକେ ହେଲମେଟ ପିନ୍ଧି ଗଣେଶ ପୂଜା କରୁଥିବା ଦେଖିବାକୁ ମିଳିଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ପିଲା ଠୁ ବୁଢା ସମସ୍ତେ ମୁଣ୍ଡରେ ହେଲମେଟ ପିନ୍ଧି ଏହି ନୂଆ ନିୟମକୁ ସ୍ବାଗତ କରିଛନ୍ତି । ଏହାସହ ଅନ୍ୟମାନଙ୍କୁ ଏହି ନିୟମ ମାନିବା ପାଇଁ ସଚେତନ କରିଛନ୍ତି । ସୁଟର ନନ୍ଦିନୀ ସୋସାଇଟିରେ ରହୁଥିବା ଲୋକେ ଲୋକଙ୍କୁ ହେଲମେଟ ପିନ୍ଧି ସୁରକ୍ଷିତ ରହିବା ପାଇଁ ନିବେଦନ କରିଛନ୍ତି ।
ଭଗବାନଙ୍କ ନିକଟରେ ଆମେ ସମସ୍ତଙ୍କ ସୁରକ୍ଷା ଓ ଦୀର୍ଘ ଆୟୁଷ କାମନା କରୁଛୁ ବୋଲି କହିଛନ୍ତି ସୋସାଇଟିର କୁସୁମ କୋଠାରୀ । ବର୍ତ୍ତମାନ ଗୁଜୁରାଟରେ ଲାଗୁ ହୋଇଥିବା ନିୟମରେ ମଧ୍ୟ କୋହଳ ହେଲାଣି । 1ହଜାର ପରିବର୍ତ୍ତେ ହେଲମେଟ ନପିନ୍ଧିଲେ ପଡୁଛି 500 ଟଙ୍କା ଫାଇନ ।