ସୁରାଟ: ଗୁଜୁରାଟରେ ପୁଣି ଭୟାବହ ଅଗ୍ନିକାଣ୍ଡ । ସୁରାଟର ଏକ କପଡା ଗୋଦାମରେ ଲାଗିଲା ଭୟଙ୍କର ନିଆଁ । ସର୍ଟସର୍କିଟ ଯୋଗୁଁ କାରଖାନାରେ ନିଆଁ ଲାଗିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଉକ୍ତ କାରଖାନାରେ 4 ଜଣ କର୍ମଚାରୀ ଥିଲେ । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ସୂଚନା ରହିଛି ।
ସୁରାଟର କପଡା ଗୋଦାମରେ ଅଗ୍ନିକାଣ୍ଡ, 4 ସୁରକ୍ଷିତ ଉଦ୍ଧାର - ସୁରାଟର କପଡା ଗୋଦାମରେ ଅଗ୍ନିକାଣ୍ଡ
ଗୁଜୁରାଟ ସ୍ଥିତ ସୁରାଟର ଏକ କପଡା ଗୋଦାମରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ କାରଖାନାରେ ଲାଗିଲା ନିଆଁ । କାରଖାନାରେ ଥିବା 4 କର୍ମଚାରୀ ସୁରକ୍ଷିତ ଉଦ୍ଧାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ସୁରାଟର କପଡା ଗୋଦାମରେ ଅଗ୍ନିକାଣ୍ଡ, 4 ସୁରକ୍ଷିତ ଉଦ୍ଧାର ସୁରାଟର କପଡା ଗୋଦାମରେ ଅଗ୍ନିକାଣ୍ଡ](https://etvbharatimages.akamaized.net/etvbharat/prod-images/768-512-6206575-thumbnail-3x2-fire.jpg)
ସୁରାଟର କପଡା ଗୋଦାମରେ ଅଗ୍ନିକାଣ୍ଡ
ସୁରାଟର କପଡା ଗୋଦାମରେ ଅଗ୍ନିକାଣ୍ଡ
ସୁରାଟର ଉଘନାରେ ଥିବା ଶିବକୃପା ଇଣ୍ଡଷ୍ଟ୍ରିଆଲରେ ଲାଗିଲା ନିଆଁ । ସେପଟେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ସୂଚନା ପାଇଁ ଘଟଣାସ୍ଥଳରେ 4ଟି ଦମକଳ ଗାଡି ପହଞ୍ଚିଛି । ଦୀର୍ଘ ସମୟରେ ନିଆଁକୁ କାବୁ କରିପାରିଥିଲା ଅଗ୍ନିଶମ ବିଭାଗ । ସେପଟେ ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ