ଗାନ୍ଧୀନଗର: ନିଜ ବାହାଘର ଛାଡି ସିଏଏ ସମର୍ଥନ ରାଲିରେ ସାମିଲ ହେଲେ କନ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ସୁରଟରେ । ଦେଶବାସୀଙ୍କୁ ସିଏଏ ସମ୍ପର୍କରେ ବୁଝାଇବା ପାଇଁ ବିଜେପି ଦେଶରେ ଆରମ୍ଭ କରିଛି ସିଏଏ ସପକ୍ଷରେ ଶୋଭାଯାତ୍ରା ।
ଆଗେ ଦେଶ ପରେ ବଧୂବେଶ
ସିଏଏ ସପକ୍ଷରେ ଲୋକଙ୍କୁ ବୁଝାଇବା ବିଜେପି ଆରମ୍ଭ କରିଛି ଶୋଭାଯାତ୍ରା । ଏହି ପରିପ୍ରେକ୍ଷୀରେ ଗୁଜୁରାଟର ସୁରଟରେ ରାଲି ଚାଲିଥିବାବେଳେ ଜଣେ ଯୁବତୀ ନିଜ ବିବାହ ଛାଡି ରାଲିରେ ଯୋଗ ଦେଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବିବାହ ଛାଡି ସିଏଏ ରାଲିରେ ସାମିଲ ହେଲେ କନ୍ୟା
ଦେଶର କୋଣ ଅନୁକୋଣରେ ସିଏଏ ସମର୍ଥନରେ ରାଲିର ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁଜୁରାଟର ସୁରଟରେ ବିଜେପି ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ହେଲେ ପିଥି ଚୋଲି ନାମକ ଜଣେ ଯୁବତୀ ନିଜ ବାହାଘର ଛାଡି ସିଏଏ ସପକ୍ଷ ରାଲିରେ ସାମିଲ ହୋଇଥିଲେ । ଯାହା ସମଗ୍ର ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ