ସୁରତ: ତକ୍ଷଶୀଳା କମ୍ପ୍ଲେକ୍ସ ଅଗ୍ନିକାଣ୍ଡରେ 20 ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା ପରେ ଆକ୍ସନ ମୁଡରେ ପୋଲିସ । କମ୍ପ୍ଲେକ୍ସର 2 ବିଲଡର ଏବଂ କୋଚିଂ ସେଣ୍ଟରର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଘଟଣାର ଅଧିକ ତଦନ୍ତ ଚଳାଇଛି ସୁରତ ପୋଲିସ । ଅନ୍ୟପଟେ ଦମକଳ ବହୁ ବିଳମ୍ବରେ ଆସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସୁରତ ଅଗ୍ନିକାଣ୍ଡ ଘଟଣା, 3 ଜଣଙ୍କ ନାଁରେ ମାମଲା ରୁଜୁ - witnesses
ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡରେ ସୁରତ ପୋଲିସ । କୋଚିଂ ସେଣ୍ଟର ମାଲିକଙ୍କ ସମେତ 3 ଜଣଙ୍କ ନାଁରେ ମାମଲା ରୁଜୁ ।
କାହିଁକି ଘଟିଲା ଏତେ ବଡ ଅଗ୍ନିକାଣ୍ଡ ? କମ୍ପ୍ଲେକ୍ସରେ ଅଗ୍ନି ନିର୍ବାପକ ସାମଗ୍ରୀ ଥିଲା ତ ? ଅଗ୍ନିଶମ ବିଭାଗ କମ୍ପ୍ଲକ୍ସକୁ ପୂର୍ବରୁ ଯାଞ୍ଚ କରିଥିଲା ତ ? ଏତେବଡ ଅଗ୍ନୀକାଣ୍ଡ ପାଇଁ ଦାୟୀ କିଏ ? ଏ ତମାମ ପ୍ରସଙ୍ଗକୁ ନେଇ ଛାନଭିନ କରୁଛି ସୁରତ ପୋଲିସ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । କୋଟିଂ ସେଣ୍ଟର ମାଲିକଙ୍କ ସମେତ 3 ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ଶୁକ୍ରବାର ଘଟିଥିବା ଏହି ଅଗ୍ନିକାଣ୍ଡ ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ଜୀବନ ବଞ୍ଚାଇବା ପାଇଁ ଚାରି ମହଲା ଛାତ ଉପରୁ ତଳକୁ ଡେଇଁ ପଡୁଥିଲେ ଛାତ୍ରଛାତ୍ରୀ । ଅଗ୍ନିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେପଟେ ସହରରେ ଥିବା ସମସ୍ତ କୋଚିଂ ସେଣ୍ଟରକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରଖିବାକୁ କୁହାଯାଇଛି ।