ଅହମ୍ମଦାବାଦ: ରାତ୍ରି ସମୟରେ ଲାଗୁ ହୋଇଥିବା କର୍ଫ୍ୟୁକୁ ମନ୍ତ୍ରୀ ପୁଅଙ୍କ ବେଖାତିର ଘଟଣା । ନିୟମ ଉଲ୍ଲଙ୍ଘନ କରିଥିବା ମନ୍ତ୍ରୀ ପୁଅଙ୍କୁ ଅଟକାଇବାକୁ ଯାଇ ମହିଳା କନଷ୍ଟେବଳ ସୁନୀତା ଯାଦବଙ୍କୁ ବଦଳି କରାଯାଇଛି । ଏହାକୁ ସହଜରେ ଗ୍ରହଣ କରିନପାରି ସୁନୀତା ଚାକିରିରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ସୁନୀତାଙ୍କୁ କିଛି ସାମ୍ବାଦିକ ପଚାରିବାରୁ ସେ ଚିଡି ଯାଇ ପାଟିତୁଣ୍ଡ କରିଛନ୍ତି ।
ବିଜେପି ବିଧାୟକ ତଥା ଗୁଜରାଟ ମନ୍ତ୍ରୀଙ୍କ ପୁଅ ପ୍ରକାଶ ଓ ତାଙ୍କ ସାଙ୍ଗମାନେ ରାତ୍ରୀ ସମୟରେ ବୁଲା ବୁଲି କରୁଥିଲେ । ଏହି ସମୟରେ ଡ୍ୟୁଟି କରୁଥିବା ମହିଳା କନଷ୍ଟେବଳ ସୁନୀତା ଯାଦବ ସେମାନଙ୍କୁ ଅଟକାଇଥିଲେ । ଏହି ସମୟରେ କେହି ମଧ୍ୟ ମାସ୍କ ପିନ୍ଧିଥିଲେ । ଯାହାକୁ ସୁନୀତା ସେମାନଙ୍କୁ ଅଟକାଇ ପ୍ରଶ୍ନ କରିବାରୁ ଓଲଟା ମନ୍ତ୍ରୀଙ୍କ ପୁଅ ଧମକ ଚମକ ଦେଇଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।