ଓଡିଶା

odisha

ଦିଲ୍ଲୀ ସ୍ଥାନାନ୍ତରିତ ହେଲା ଉନ୍ନାଓ ମାମଲା, 45 ଦିନରେ ସମାଧାନ ପାଇଁ ଡେଡ୍‌ଲାଇନ

By

Published : Aug 1, 2019, 2:45 PM IST

Updated : Aug 1, 2019, 11:36 PM IST

ଉନ୍ନାଓ ଘଟଣାରେ ଜଡିତ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତରିତ କଲେ ସୁପ୍ରିମ କୋର୍ଟ । 45 ଦିନରେ ଉନ୍ନାଓ ମାମଲା ର ସମାଧାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ।

ଫାଇଲ ଫଟୋ

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ସଡକ ଦୁର୍ଘଟଣାରେ ଗୁରୁତର ଆହତ ମାମଲାରେ ସୁପ୍ରିମ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି କେସରେ ଜଡିତ ସମସ୍ତ 5ଟି ମାମଲାକୁ କୋର୍ଟ ଦିଲ୍ଲୀ ସ୍ଥାନାନ୍ତରୀତ କରିଛନ୍ତି ।

ଉନ୍ନାଓ ମାମଲାକୁ ସୁପ୍ରିମ କୋର୍ଟ ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତରୀତ କରିବା ସହିତ 45 ଦିନର ଡେଡ୍‌ଲାଇନ ମଧ୍ୟ ନିର୍ଦ୍ଧାରିତ କରିଛନ୍ତି । ସଡକ ଦୁର୍ଘଟଣାର ତଦନ୍ତ 7 ଦିନରେ ସାରିବା ସହିତ 45 ଦିନରେ ମାମଲାର ସମାଧାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ପୀଡିତା ଓ ତାଙ୍କ ପରିବାରକୁ 25 ଲକ୍ଷ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଏହି କ୍ଷତିପୂରଣ ରାଶି ପ୍ରଦାନ କରିବେ । ପୀଡିତା ଓ ତାଙ୍କ ଓକିଲ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ହସପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଉଭୟ ଭେଣ୍ଟିଲେଟରରେ ଥିବା ରହିଥିବା ଜଣାପଡିଛି । ଗତକାଲି ମଧ୍ୟ ସେମାନଙ୍କର ସମାନ ସ୍ଥିତି ରହିଥିଲା । ଉଭୟଙ୍କ ଚିକିତ୍ସା ହସପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ମାଗଣାରେ କରାଯାଉଥିବା କୁହାଯାଇଛି । ତେବେ ପୀଡିତାଙ୍କ ପରିବାର ଚାହିଁଲେ ତାଙ୍କର ଚିକିତ୍ସା ଦିଲ୍ଲୀ ଏମ୍ସରେ କରାଇ ପାରିବେ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।

Last Updated : Aug 1, 2019, 11:36 PM IST

ABOUT THE AUTHOR

...view details