ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ଫାଶୀ ପାଇଁ ଜାରି ହୋଇସାରିଛି ନୂଆ ଡେଥ୍ ଓ୍ବାରେଣ୍ଟ। ଫେବୃଆରୀ 1 ତାରିଖ ସକାଳ 6ଟାରେ ଫାଶୀଖୁଣ୍ଟରେ ଝୁଲିବେ ଚାରି ଦୋଷୀ। ଏହା ପୂର୍ବରୁ ଦୋଷୀ ପବନ ଗୁପ୍ତାର ସ୍ପେଶାଲ ଲେବଲ ପିଟିସନ ଉପରେ ସୋମବାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଘଟଣା ସମୟରେ ପବନ ନିଜକୁ ନାବାଳକ ଥିବା ଦର୍ଶାଇ କୋର୍ଟରେ ଏକ ସ୍ପେଶାଲ ଲେବଲ ପିଟିସନ ଦାଖଲ କରିଥିଲା।
ଦୋଷୀ ପବନର ସ୍ପେଶାଲ ଲେବଲ ପିଟିସନ ଉପରେ ଆସନ୍ତାକାଲି ଶୁଣାଣି - ଦୋଷୀ ପବନର ସ୍ପେଶାଲ ଲେବଲ ପିଟିସନ
ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀ ପବନର ସ୍ପେଶାଲ ଲେବଲ ପିଟିସନ ଉପରେ ସୋମବାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଘଟଣା ସମୟରେ ପବନ ନିଜକୁ ନାବାଳକ ଥିବା ଦର୍ଶାଇ କୋର୍ଟରେ ଏକ ସ୍ପେଶାଲ ଲେବଲ ପିଟିସନ ଦାଖଲ କରିଥିଲା ପବନ। ଅଧିକ ପଢନ୍ତୁ...
ଦୋଷୀ ପବନର ସ୍ପେଶାଲ ଲେବଲ ପିଟିସନ ଉପରେ କାଲି ଶୁଣାଣି
ଫାଶୀରୁ ବଞ୍ଚିବାର ସବୁ ରାସ୍ତା ବନ୍ଦ ହୋଇଯିବା ପରେ ଦୋଷୀ ପବନ ଗୁପ୍ତା ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସେ ସୁପ୍ରିମକୋର୍ଟରେ ସ୍ପେଶାଲ ଲେବଲ ପିଟିସନ ଦାଖଲ କରିଥିଲା । ନିର୍ଭୟା ମାମଲାର ଦୋଷୀ ପବନ ଗୁପ୍ତା ନିଜକୁ ଘଟଣା ଘଟିଥିବା ସମୟରେ ନାବାଳକ ଥିବା ଦାବି କରି ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରିଥିଲା। ଦିଲ୍ଲୀ ହାଇକୋର୍ଟର 19 ଡିସେମ୍ବର ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିଲା ଏହି ପିଟିସନ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପବନର ଏହି ଅପିଲକୁ ଖାରଜ କରିସାରିଛନ୍ତି।