ଓଡିଶା

odisha

ETV Bharat / bharat

ଆଜି ପବନର ସ୍ବତନ୍ତ୍ର ପିଟିସନ ଶୁଣାଣି, ଦୁଷ୍କର୍ମ ବେଳେ ନାବାଳକ ଥିବା ଦାବି - ନିର୍ଭୟା ଦୋଷୀ ପୱନର ସ୍ବତନ୍ତ୍ର ପିଟିସନ ଶୁଣାଣି

ଆଜି ନିର୍ଭୟା ଦୋଷୀ ପୱନର ସ୍ବତନ୍ତ୍ର ପିଟିସନ ଶୁଣାଣି। ଦୁଷ୍କର୍ମବେଳେ ନାବାଳକ ଥିବା ଦାବି କରିଛି। ଦିଲ୍ଲୀ କୋର୍ଟଙ୍କ ଖାରଜ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ସେ। ଅଧିକ ଖବର ପଢନ୍ତୁ...

Supreme Court
ପୱନର ସ୍ବତନ୍ତ୍ର ପିଟିସନ ଶୁଣାଣି,ଦୁଷ୍କର୍ମବେଳେ ନାବାଳକ ଥିବା ଦାବି

By

Published : Jan 20, 2020, 9:26 AM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ କୁମାର ଗୁପ୍ତା ପକ୍ଷରୁ ଆବେଦନ କରାଯାଇଥିବା ସ୍ପେଶାଲ ଲିଭ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ସେ କୋର୍ଟରେ ପିଟିସନ ଦାଖଲ କରି ଦର୍ଶାଇଥିଲା ଯେ, ଏହି ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଦିନ ତାର ବୟସ 18 ବର୍ଷରୁ କମ ଥିଲା ଓ ସେ ନାବାଳକ।

ହେଲେ ପୂର୍ବରୁ ଜାନୁୟାରୀ 17ରେ ଦିଲ୍ଲୀ ପଟିଆଲା ହାଇକୋର୍ଟ ଏହାକୁ ଖାରଜ କରିଦେବା ସହ ପବନ ଗୁପ୍ତାର ଓକିଲଙ୍କ ଉପରେ 25 ହଜାର ଟଙ୍କାର ଜୋରିମନା ଲଗାଇଥିଲେ। ଦୋଷୀ ପବନ କୁମାର ସୁପ୍ରିମକୋର୍ଟରେ, ଦିଲ୍ଲୀ ହାଇକୋର୍ଟ ରାୟକୁ ଡିସେମ୍ବର 19 ତାରିଖରେ ଚ୍ୟାଲେଞ୍ଜ କରିଛି।

ପବନ ଗୁପ୍ତାର ସ୍କୁଲ ସାଟିଫିକେଟ ରେକର୍ଡ ଅନୁସାରେ ତାର ଜନ୍ମ 1996 ଅକ୍ଟୋବର 8 ତାରିଖରେ ହୋଇଥିଲା। ହେଲେ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରିଥିବା ପବନର ଓକିଲ ଏପି ସିଂ ଦାବି କରିଛନ୍ତି। ଆଜି 3 ଜଣିଆ ଏକ ବିଚାରପତିଙ୍କୁ ନେଇସ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଏହି 3 ଜଣିଆ ବେଞ୍ଚର ବିଚାରପତି ହେଲେ ଜଷ୍ଟିସ ଆର୍ ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ ବୋପାନ୍ନା।

ଆଇନ ବିଶେଷଜ୍ଞଙ୍କ କହିବା ଅନୁସାରେ,ପବନକୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ବସ୍ତି ମିଳିପାରିବ ନାହିଁ। ଦୋଷୀକୁ ଫାଶୀର ସଜ୍ଜା ଶୁଣାଯିବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା ଯେ 2012 ଡିସେମ୍ବର ଏହି ଘଟଣା ସମୟରେ ସେ ନାବାଳକ ଥିଲା।

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କ ପାଇଁ ନୂଆ ଡେଥ୍‌ ଓ୍ବାରଣ୍ଟ ଜାରି କରାଯାଇଛି। ପଟିଆଲା ହାଉସ କୋର୍ଟ ଏବେ ଫେବୃଆରୀ 1 ତାରିଖ ସକାଳ 6 ଟାରେ ଫାଶୀ ଦେବାକୁ ଆଦେଶ ଦେଇଛନ୍ତି। ପୂର୍ବରୁ ତିହାର ଜେଲରେ 22 ଜାନୁଆରୀ ସକାଳ 7ଟାରେ ଦୋଷୀଙ୍କୁ ଫାଶୀ ମିଳିବ ବୋଲି ଭିଡିଓ କନଫରେନ୍ସିଂ ଜରିଆରେ ପଟିଆଲା ହାଉସ କୋର୍ଟ ରାୟ ପ୍ରକାଶ କରିଥିଲେ।

ABOUT THE AUTHOR

...view details