ବୁଧବାର ଚିଦାମ୍ବରଙ୍କ ଜାମିନ ଶୁଣାଣି - ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବର
ବୁଧବାର ସୁପ୍ରିମକୋର୍ଟ ଫଇସଲା କରିବେ ଚିଦାମ୍ବରମଙ୍କୁ ଜେଲ ନା ବେଲ।
ଚିଦାମ୍ବରଙ୍କ
ନୂଆଦିଲ୍ଲୀ: ଆସନ୍ତାକାଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରଙ୍କ ଜାମିନ ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ଇଡି ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରିଥିବା ବେଳେ ଚିଦାମ୍ବରଙ୍କ ପକ୍ଷରୁ ମଧ୍ୟ ବରିଷ୍ଠ ଓକିଲ କପିଲ ଶିବଲ ଯୁକ୍ତି ଉପସ୍ଥାପନା କରିବେ। ଆଇଏନଏକ୍ସ ମିଡିଆ ମନି ଲଣ୍ଡ୍ରିଙ୍ଗ ମାମଲାରେ ଗିରଫ ହୋଇ ଚିଦାମ୍ବରମଙ୍କ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ହେଲା ତିହାର ଜେଲରେ ଅଛନ୍ତି।