ନୂଆଦିଲ୍ଲୀ: ଦିଶା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି । ଆସନ୍ତା 11 ତାରିଖରେ ଏହି ପିଟିସନର ଶୁଣାଣି କରାଯିବ । ସଂପୃକ୍ତ ପୋଲିସ ଅଧିକାରୀ ବିରୋଧରେ ମାମଲା ରୁଜୁ, ତଦନ୍ତ ତଥା ଦଣ୍ଡବିଧାନ ସଂପର୍କରେ ଏହି ମାମଲାରେ ଶୁଣାଣି କରାଯିବ ।
ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ଆସନ୍ତା 11ରେ ସୁପ୍ରିମକୋର୍ଟରେ ଶୁଣାଣି - ହାଇଦ୍ରାବାଦ ଏନକାଉଣ୍ଟର ଘଟଣା
ଆସନ୍ତା 11 ତାରିଖରେ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି କରାଯିବ ।
ସୂଚନାଯୋଗ୍ୟ, ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ତଦନ୍ତ ବେଳେ ପୋଲିସ ରିକ୍ରିଏସନ ପାଇଁ 4 ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇଥିଲା । ମାତ୍ର ଅଭିଯୁକ୍ତମାନେ ପୋଲିସକୁ ତଦନ୍ତରେ ସହଯୋଗ କରିବା ବଦଳରେ ସେମାନଙ୍କ ହତିଆର ଛଡାଇ ଖସି ପଳାଇବାକୁ ଉଦ୍ୟମ କରିବା ସହ ପୋଲିସକୁ ଉପରକୁ ଗୁଳି ଚାଳନା କରିଥିଲେ । ନିଜ ଆତ୍ମସୁରକ୍ଷା ପାଇଁ ଶେଷରେ ପୋଲିସ ଏନକାଉଣ୍ଟର କରିବା ପାଇଁ ବାଧ୍ୟ ହୋଇଥିଲା । ଯେଉଁଥିରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ଯେଉଁ ସ୍ଥାନରେ ଦିଶାଙ୍କୁ ଅଭିଯୁକ୍ତମାନେ ପୋଡି ମାରିଥିଲେ ସମାନ ସ୍ଥାନରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା । ଗୋଟିଏ ପଟେ ପୋଲିସର ଏନକାଉଣ୍ଟରକୁ କିଛି ଲୋକ ଖୁସି ପ୍ରଶଂସା କରିଥିବାବେଳେ ଅନେକ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।