ଓଡିଶା

odisha

ETV Bharat / bharat

ଏପ୍ରିଲ 15ରେ ନିର୍ଦ୍ଧାରଣ ହେବ ଟିକଟକ୍ ଆପର ଭାଗ୍ୟ - Madras High Court

ଏପ୍ରିଲ 15ରେ ସୁପ୍ରିମକୋର୍ଟରେ ହେବ ଲୋକପ୍ରିୟ ଆପ୍‌ ଟିକ୍‌ଟକ୍‌ର ଶୁଣାଣି।। ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏହି ଆପ୍‌କୁ ବ୍ୟାନ କରିବା ଆବେଦନ କରିଥିବାବେଳେ ପରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା ଟିକଟକ ଆପ।

ଫାଇଲ ଫଟୋ

By

Published : Apr 9, 2019, 1:22 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଲୋକପ୍ରିୟ ଆପ୍‌ ଟିକ୍‌ଟକ ପାଇଁ ବଢୁଛି ଅଡୁଆ । ମାଡ୍ରାସ ହାଇକୋର୍ଟ ଟିକ୍‌ଟକ୍‌କୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା ଆପ୍। ଯାହାର ଶୁଣାଣି ଆସନ୍ତା 15 ତାରିଖରେ କରିବାକୁ ଯାଉଛନ୍ତି ସୁପ୍ରିମକୋର୍ଟ।

ସୂଚନାନୂଯାୟୀ, ମାଡ୍ରାସ ହାଇକୋର୍ଟର ଏକ ବେଞ୍ଚ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ମୋବାଇଲ ଭିଡିଓ ଆପ୍ ଟିକଟକର ଡାଉନଲୋଡିଂ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଗଣମାଧ୍ୟମକୁ ଟିକଟିକ୍ ଭିଡିଓ ଗୁଡିକୁ ପ୍ରସାରଣ ନକରିବାକୁ କହିଛନ୍ତି ।

ସାଇବର କ୍ରାଇମର ଶିକାର ଶିଶୁ ମାନଙ୍କୁ ବଞ୍ଚାଇବା ପାଇଁ ଆମେରିକା ଭଳି ଆଇନ୍‌ ଆଣିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଫେବୃଆରୀ ମାସରେ ଏହି ଆପ୍‌କୁ ବ୍ୟାନ କରିବା ପାଇଁ ତାମିଲନାଡୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏମ.ମନିକନ୍ଦନ ଦାବି କରିଥିଲେ । ଟିକ୍‌ଟକ୍‌ ଆପରେ ପ୍ରସ୍ତୁତ କରାଯାଉଥିବା ଅଶ୍ଲିଳ ଭିଡିଓକୁ ମଧ୍ୟ ବ୍ୟାନ କରିବାକୁ ଦାବି କରାଯାଇଥିଲା ।

ABOUT THE AUTHOR

...view details