ଓଡିଶା

odisha

ETV Bharat / bharat

ନିର୍ଭୟା ମାମଲା: ଆଜି ସୁପ୍ରିମକୋର୍ଟରେ ପବନର କ୍ୟୁରେଟିଭ ପିଟିସନ ଶୁଣାଣି - Nirbhaya case

ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଫାଶୀରୁ ବର୍ତ୍ତିବା ପାଇଁ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା ପବନ । ଆସନ୍ତାକାଲି ବି ଫାଶୀରୁ ବର୍ତ୍ତିପାରନ୍ତି ନିର୍ଭୟା ଦୋଷୀ ! ଅଧିକ ପଢନ୍ତୁ...

supreme court to hear nirbhaya case
ଆଜି ସୁପ୍ରିମକୋର୍ଟରେ ପବନର କ୍ୟୁରେଟିଭି ପିଟିସନ ଶୁଣାଣି

By

Published : Mar 2, 2020, 8:51 AM IST

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣି । ଦୋଷୀ ପବନର କ୍ୟୁରେଟିଭ ପିଟିସନ ଉପରେ ହେବ ଶୁଣାଣି । ଜଷ୍ଟିସ ଏନ.ଭି ରମଣଙ୍କ 5ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇବେ । ଗତ ଶୁକ୍ରବାର ଫାଶୀରୁ ବର୍ତ୍ତିବା ପାଇଁ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲା ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା । ନିର୍ଭୟା ମାମଲାର ସମସ୍ତ ଦୋଷୀଙ୍କୁ ତୃତୀୟ ଥର ପାଇଁ ଆସନ୍ତାକାଲି ଡେଥ ୱାରେଣ୍ଟ ଜାରି ହୋଇଛି ।

ଏହି ଚାରି ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ହିଁ ଜଣେ ଯିଏ କି କ୍ୟୁରେଟିଭ ପିଟିସନ ଆବେଦନ କରିନଥିଲା । ଏପରିକି ରାଷ୍ଟ୍ରପତିଙ୍କ ନିକଟରେ ମଧ୍ୟ କୌଣସି କ୍ଷମା ଯାଚିକା ମଧ୍ୟ କରିନାହିଁ । ତେବେ ଯଦି କ୍ୟୁରେଟିଭ ପିଟିସନକୁ ଖାରଜ କରାଯାଏ ତେବେ, ନିଶ୍ଚତ ଘୁଞ୍ଚିପାରେ ଡେଥ ୱାରେଣ୍ଟ । କାରଣ କ୍ୟୁରେଟିଭ ପିଟିସନ ଦାଖଲ ପରେ ସେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଯାଚିକା ଆବେଦନ କରିପାରିବ । ଯଦ୍ବାରା ପୁଣି ଥରେ ନୂଆ ଡେଥ ୱାରେଣ୍ଟ ଜାରି ହେବ ।

ସୂଚନାଯୋଗ୍ୟ, ଏହି ମାମଲାରେ ଦୋଷୀ ମୁକେଶ, ବିନୟ ଓ ଅକ୍ଷୟ ସମସ୍ତେ କ୍ୟୁରେଟିଭ ପିଟିସନ ସହ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଯାଚିକା ଆବେଦନ କରିସାରିଲେଣି । ଆଉ ଏହି ସମସ୍ତ ଆବେଦନ ଖାରଜ ମଧ୍ୟ କରାଯାଇଛି । ସେପଟେ, ଅକ୍ଷୟ ମଧ୍ୟ ଖାରଜ ହୋଇଥିବା କ୍ୟୁରେଟିଭ ପିଟିସନରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ ପୁଣି ଥରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି ।

ସୌଜନ୍ୟ:@ANI

ABOUT THE AUTHOR

...view details