ଓଡିଶା

odisha

ETV Bharat / bharat

କୃଷି ଆଇନକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ - କୃଷି ଆଇନ

କୃଷି ଆଇନକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
କୃଷି ଆଇନକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

By

Published : Jan 12, 2021, 1:37 PM IST

Updated : Jan 12, 2021, 2:39 PM IST

13:35 January 12

କୃଷି ଆଇନକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ  ତିନୋଟି ବିବାଦୀୟ କୃଷି ଆଇନର କାର୍ଯ୍ୟକାରିତାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କମିଟି ଗଠନ ସହିତ ଆଜି(ମଙ୍ଗଳବାର) ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି କମିଟିରେ ଭାରତୀୟ କୃଷକ ସଂଘର ଜିତେନ୍ଦ୍ର ସିଂ ମାନ୍, ଡକ୍ଟର ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲାଟି (କୃଷି ବିଶେଷଜ୍ଞ) ଏବଂ ଅନିଲ ଶେତକାରିଙ୍କ ସମେତ ମୋଟ 4 ଜଣଙ୍କୁ ସାମିଲ କରାଯିବ।

ଏକ କମିଟି ଗଠନକୁ ଆଟର୍ଣ୍ଣି ଜେନେରାଲ ସ୍ବାଗତ କରିଛନ୍ତି। ଏହା ଉପରେ ହରିଶ ସାଲଭେ କହିଛନ୍ତି ଯେ ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିପାରିବେ ଯେ ଏହା ଉଭୟ ଦଳ ପାଇଁ ବିଜୟ ହେବ ନାହିଁ ବରଂ ଆଇନ ପ୍ରକ୍ରିୟା ମାଧ୍ୟମରେ ଅନୁସନ୍ଧାନ କରିବାର ପ୍ରୟାସ ହେବ। କୃଷକ ସଂଗଠନ ଗୁଡିକୁ ମଧ୍ୟ କୋର୍ଟ ଏକ ନୋଟିସ ଜାରି କରିଛନ୍ତି, ଯେଉଁଥିରେ ଟ୍ରାକ୍ଟର ରାଲି କରିବା ପାଇଁ ଦିଲ୍ଲୀ ପୋଲିସ ଠାରୁ ଅନୁମତି ମାଗିଛନ୍ତି। ଆଗାମୀ ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।

ତେବେ ସାଂସଦ ତିରୁଚି ସିୱାଙ୍କ ତରଫରୁ ଯେତେବେଳେ ଆଇନକୁ ରଦ୍ଦ କରିବାକୁ ଓକିଲ ଆବେଦନ କରିଥିଲେ ସେତେବେଳେ ପ୍ରଧାନ ବିଚାରପତି କହିଥିଲେ ଯେ ଦକ୍ଷିଣଭାରତରେ ଆଇନକୁ ସମର୍ଥନ କରାଯାଉଛି ବୋଲି ଆମକୁ କୁହାଯାଉଛି । ଏଥିରେ ଓକିଲ କହିଛନ୍ତି ଯେ ଦକ୍ଷିଣ ଭାରତରେ ପ୍ରତିଦିନ  କୃଷି ଆଇନ ବିରୋଧରେ ରାଲି ହେଉଛି। ପ୍ରଧାନ ବିଚାରପତି ଏହା ମଧ୍ୟ କହିଛନ୍ତି ଯେ ସେ ଆଇନକୁ ସ୍ଥଗିତ ରଖିବାକୁ ପ୍ରସ୍ତୁତ କିନ୍ତୁ କୌଣସି ଲକ୍ଷ୍ୟ ବିନା ନୁହେଁ। 

Last Updated : Jan 12, 2021, 2:39 PM IST

ABOUT THE AUTHOR

...view details