ଓଡିଶା

odisha

ETV Bharat / bharat

ଅକ୍ଟୋବରରେ ସରିବ ଆଯୋଧ୍ୟା ମାମଲାର ଶୁଣାଣି - ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଡେଡଲାଇନ

ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ସମୟସୀମା ନିର୍ଦ୍ଧାରଣ କରିଛନ୍ତି ସୁପ୍ରିମକୋର୍ଟ । ଅକ୍ଟୋବର 18 ସୁଦ୍ଧା ସମସ୍ତ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ।

ଫାଇଲ ଫଟୋ

By

Published : Sep 18, 2019, 12:43 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବରୀ ମସଜିଦ ବିବାଦରେ ଖୁବ୍‌ ଶୀଘ୍ର ପଡିବ ପୂର୍ଣ୍ଣଚ୍ଛେଦ । ମଧ୍ୟସ୍ଥତା ପାଇଁ ଆଉ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଯିବ ନାହିଁ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ ସମାନ୍ତରାଳ ଭାବେ ମଧ୍ୟସ୍ଥତାର ପ୍ରୟାସ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ।

ଏହି ମାମଲାର ଶୁଣାଣି ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ନିର୍ଦ୍ଧାରଣ କରାଯାଇଛି । ଆସନ୍ତା ଅକ୍ଟୋବର 18 ସୁଦ୍ଧା ସମସ୍ତ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି । ଏ ମାମଲାରେ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ ପାଇଁ କେତେ ଦିନର ଆବଶ୍ୟକ ବୋଲି ବୁଧବାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ସମସ୍ତ ପକ୍ଷକୁ ପ୍ରଶ୍ନ କରିଥିଲେ । ଯଦି ସମସ୍ତ ପକ୍ଷକାର ନିଜର ପକ୍ଷ ରଖିବା ପାଇଁ କେତେ ଦିନ ନେବେ, ସେ ନେଇ ଯଦି ସ୍ପଷ୍ଟ କରନ୍ତି, ତେବେ ଏହି ମାମଲାର ଶୁଣାଣି ସାରିବାକୁ କେତେ ଦିନ ସମୟ ଲାଗିବ ତାହା ଜଣାପଡିଯିବ ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ନଭେମ୍ବର ୧୭ରେ ଅବସର ନେବାକୁ ଯାଉଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ତାଙ୍କର ଅବସର ପୂର୍ବରୁ ଦୀର୍ଘ 100 ବର୍ଷ ଧରି ଚାଲି ଆସୁଥିବା ରାମ ଜନ୍ମଭୂମି-ବାବରୀ ମସଜିଦ ଭୂମି ବିବାଦ ମାମଲାର ଶୁଣାଣି ଶେଷ ହୋଇପାରେ ବୋଲି ଆଶା କରାଯାଉଛି । ତେବେ ଏହି ମାମଲାର ଶୁଣାଣି ସମୟରେ ମୁସଲିମ ପକ୍ଷର ଓକିଲ ରାଜୀବ ଧାୱନ ଯୁକ୍ତି ବାଢି ଥିଲେ ଯେ, ବିବାଦୀୟ ସ୍ଥଳରେ ମିଳିଥିବା ଖୁଣ୍ଟିରେ ଦେଖାଯାଇଥିବା ଚିହ୍ନରୁ ଏହା ଇସଲାମିକ ନୁହେଁ ବୋଲି ପ୍ରମାଣ କରିହେବ ନାହିଁ । ମସଜିଦ କେବଳ ଖାଲି ଯେ ମୁସଲମାନଙ୍କ ଦ୍ଵାରା ନିର୍ମିତ କରାଯାଇଥିଲା ତାହା ନୁହେଁ, ଏଥିରେ ଉଭୟ ମୁସଲିମ ଓ ହିନ୍ଦୁ ସମ୍ପ୍ରଦାୟର ଶ୍ରମିକ ସାମିଲ ଥିଲେ ।

For All Latest Updates

TAGGED:

ABOUT THE AUTHOR

...view details