ନୂଆଦିଲ୍ଲୀ: ସୋମବାର ଆଶାରାମ ବାପୁଙ୍କୁ ପୁଣି ଝଟକା ଲାଗିଛି । ଦୁଷ୍କର୍ମ ମାମଲାରେ ଜେଲରେ ବନ୍ଦୀ ଭାବରେ ରହିଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ପୁଣି ଥରେ ମନା କରିଦେଇଛନ୍ତି । ପ୍ରଥମେ ମାମଲାର ଶୁଣାଣି ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ରହିଛି । ଗୁଜୁରାଟ ଟ୍ରାଏଲ କୋର୍ଟରେ ମାମଲାର ଶୁଣାଣି ସରିବା ପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି ।
ଆଶାରାମ ବାପୁଙ୍କୁ ପୁଣି ଝଟକା, ଜାମିନ ଦେବାକୁ ସୁପ୍ରିମକୋର୍ଟଙ୍କ ନା
ଦୁଷ୍କର୍ମ ମାମଲାରେ ଜେଲରେ ବନ୍ଦୀ ଭାବରେ ରହିଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାକୁ ପୁଣି ଥରେ ମନା କରିଦେଇଛନ୍ତି ।
ଫାଇଲ ଫଟୋ
ଆଶାରାମ ବାପୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଯୋଧପୁର ଜେଲରେ ସଜା କାଟୁଛନ୍ତି । ଯୋଧପୁରର ବିଶେଷ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।
ତେବେ ଆଶାରାମ ବାପୁ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।