ନୂଆଦିଲ୍ଲୀ: ଏଣିକି ଓଡିଆ ଭାଷାରେ ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ରାୟ । ହିନ୍ଦୀ ଭାଷା ସମେତ ୬ଟି ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିବାକୁ ବୁଧବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ସେଗୁଡିକ ହେଲା ଓଡ଼ିଆ, ହିନ୍ଦୀ, ଅହମୀୟା ବା ଆସାମି, କନ୍ନଡ଼, ମରାଠୀ ଓ ତେଲୁଗୁ । ତେବେ ଚଳିତ ମାସ ଶେଷ ସୁଦ୍ଧା ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଏହି ସବୁ ଭାଷାରେ ଅନୁବାଦ ହୋଇ ଉପଲବ୍ଧ ହେବ ସୁପ୍ରିମକୋର୍ଟଙ୍କ ରାୟ ।
ଏଣିକି ଓଡିଆରେ ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ - hindi
ଏଣିକି ଓଡିଆ ଭାଷାରେ ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ରାୟ । ହିନ୍ଦୀ ଭାଷା ସମେତ ୬ଟି ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିବାକୁ ବୁଧବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ଫାଇଲ ଫଟୋ
ଇଂରାଜୀ ବୁଝି ପାରୁନଥିବା ଲୋକଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏବେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ କେବଳ ଇଂରାଜୀ ଭାଷରେ ବିଭିନ୍ନ ରାୟ ଓ ତଥ୍ୟ ପ୍ରକାଶ ପାଉଛି । ଯାହା ଫଳରେ ଇଂରାଜୀ ବୁଝି ପାରୁନଥିବା ଆବେଦନକାରୀଙ୍କୁ ସେମାନଙ୍କ ଓକିଲର ସାହାଯ୍ୟ ନେବାକୁ ପଡୁଛି ।
ତେବେ ଏହି କାରଣରୁ ଏକାଧିକ ରାଜ୍ୟରୁ ଇଂରାଜୀ ରାୟକୁ ଅନୁବାଦ କରି ପ୍ରକାଶ କରିବାକୁ ଦୀର୍ଘ ସମୟରୁ ଦାବି କରାଯାଇଥିଲା। ଯାହାକୁ ଆଜି ମଞ୍ଜୁରୀ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ । ତେବେ ଏହାର ଅନୁବାଦ ପାଇଁ ସେ ଆବଶ୍ୟକ ସଫ୍ଟୱେର ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି।
Last Updated : Jul 3, 2019, 8:48 PM IST