ହାଇଦ୍ରାବାଦ: କୋଭିଡ-19 ରାଜ୍ୟରେ ସ୍ବାସ୍ଥ୍ୟ ଜନିତ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରିଥିଲା । ସରକାର ସମସ୍ତଙ୍କୁ ସ୍ବାସ୍ଥ୍ୟ ଜନିତ ସହାୟତା ଯୋଗାଇଦେବାରେ ଲାଗିପଡିଲେ । ଏନେଇ ସୁପ୍ରିମକୋର୍ଟ ମଧ୍ୟ ହସ୍ତକ୍ଷେପ କରିଥିଲେ । ଆସନ୍ତୁ ନଜର ପକାଇବା କୋଭିଡ-19 ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ସମ୍ବନ୍ଧରେ...
18 ଡିସେମ୍ବର 2020
ସ୍ବାସ୍ଥ୍ୟ ସୁବିଧାର ଲାଭ ଉଠାଇବା ସମସ୍ତଙ୍କର ମୌଳିକ ଅଧିକାର
ଜଷ୍ଟିସ୍ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମଆର ଶାହା କହିଛନ୍ତି ଯେ ଭାରତର ସମ୍ବିଧାନର ଧାରା 21 ଅନୁଯାୟୀ ସ୍ବାସ୍ଥ୍ୟ ସୁବିଧା ମୌଳିକ ଅଧିକାର ଅଟେ। ସ୍ବାସ୍ଥ୍ୟ ଅଧିକାରରେ ସୁଲଭ ଚିକିତ୍ସା ଯୋଗାଇଦେବା ସରକାରଙ୍କ କର୍ତ୍ତବ୍ୟ ତେଣୁ ରାଜ୍ୟ କିମ୍ବା ସ୍ଥାନୀୟ ପ୍ରଶାସନ ଦ୍ବାରା ପରିଚାଳିତ ଡାକ୍ତରଖାନା ଗୁଡିକରେ ଅଧିକରୁ ଅଧିକ ବ୍ୟବସ୍ଥା କରାଯିବା ଉଚିତ୍ । ତେଣୁ ସ୍ବାସ୍ଥ୍ୟ ବ୍ୟୟବହୁଳତା ଦର୍ଶାଇ ଲୋକଙ୍କଠାରୁ ଅଧିକ ଅର୍ଥ ଆଦାୟ କରିବା ଉତିତ୍ ନୁହେଁ । ଗୁଜୁରାଟର ରାଜକୋଟରେ କୋଭିଡ-19 ହସ୍ପିଟାଲରେ ନିଆଁ ଲାଗିବା ଓ କୋରୋନା ରୋଗୀଙ୍କ ମୃତ୍ୟୁ ହେବା ସମ୍ପର୍କରେ ସୁପ୍ରିମକୋର୍ଟ କହିଥିଲେ ଯେ, ସମସ୍ତ ଡାକ୍ତରଖାନାରେ ଜଣେ ଜଣେ ନୋଡାଲ୍ ଅଫିସର ନିୟୋଜିତ ହେବେ । ସେମାନେ ଅଗ୍ନି ନିରପତ୍ତା ପାଇଁ ଦାୟୀ ରହିବେ ।
ଡାକ୍ତରଖାନାର ପରିଚାଳନା ଅଭାବ ବିଷୟରେ ଜଣାଇବା ଏବଂ ଅନୁସନ୍ଧାନ ପାଇଁ ସରକାରଙ୍କୁ ରିପୋର୍ଟ କରିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିବା ଉଚିତ୍। ରାଜ୍ୟର ଅଗ୍ନିଶମ ବିଭାଗରୁ ଏନଓସି ପାଇ ନ ଥିବା କୋଭିଡ ହସ୍ପିଟାଲ ତୁରନ୍ତ ଏନଓସି ପାଇଁ ଆବେଦନ କରିବାକୁ କୁହାଯିବା ଉଚିତ ଏବଂ ଆବଶ୍ୟକ ଯାଞ୍ଚ ପରେ ନିଷ୍ପତ୍ତି ନିଆଯିବ ।
9 ଡିସେମ୍ବର 2020
କୋଭିଡ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲାଗିପାରିବ ନାହିଁ
ଜଷ୍ଟିସ୍ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମଆର ଶାହା କହିଛନ୍ତି ଯେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ପଜିଟିଭ୍ ବ୍ୟକ୍ତିଙ୍କ ବାସଭବନ ବାହାରେ ପୋଷ୍ଟର ଲଗାଇବା ଆବଶ୍ୟକ ନାହିଁ । ବିପର୍ଯ୍ୟୟ ପରିଚାଳନା ଅଧିନିୟମ, 2005 ଅନୁଯାୟୀ ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ବାରା ଯେକୌଣସି ନିର୍ଦ୍ଦେଶ ପ୍ରଦାନ କରାଯିବା ପରେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହାକୁ ବ୍ୟବହାର କରିପାରିବେ।
1 ଅକ୍ଟୋବର 2020
ଶ୍ରମିକଙ୍କ ଜୀବିକା-ଜୀବନ ଅଧିକାର ସେମାନଙ୍କ ଚାକିରି କିମ୍ବା ରାଜ୍ୟର ବିଷୟବସ୍ତୁ ନୁହେଁ
ଜଷ୍ଟିସ୍ ଡିୟାଇ ଚନ୍ଦ୍ରଚୁଦ୍, ଇନ୍ଦୁ ମଲହୋତ୍ରା ଏବଂ କେଏମ୍ ଜୋସେଫ୍ କହିଛନ୍ତି ଯେ ଅର୍ଥନୀତିର ମେରୁଦଣ୍ଡ ଯୋଗାଉଥିବା ଶ୍ରମିକଙ୍କ କାନ୍ଧରେ ଆର୍ଥିକ କ୍ଷତି ପୂରଣ ବୋଝ ରଖାଯାଇପାରିବ ନାହିଁ । ଆର୍ଥିକ ପରିସ୍ଥିତି ଆଳ ଦେଖାଇ କମ୍ପାନୀ ଆକ୍ଟର ଧାରା 5କୁ ବେଖାତିର୍ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ।
18 ଅଗଷ୍ଟ 2020
ପିଏମ କେୟାର୍ସ ଫଣ୍ଡରେ ସଂଗୃହିତ ହୋଇଥିବା ଅର୍ଥ NDRFକୁ ଟ୍ରାନ୍ସଫର୍ କରାଯିବ ନାହିଁ
ଜଷ୍ଟିସ୍ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମଆର ଶାହା କହିଥିଲେ ଯେ, ବିଭିନ୍ନ ଉଦ୍ଦେଶ୍ୟ ସହିତ NDRF ଏବଂ PM CARES ପାଣ୍ଠି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ପାଣ୍ଠି । ବେଞ୍ଚ୍ କହିଛି ଯେ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ଅନୁରୋଧ କ୍ରମେ ପାଣ୍ଠି ମୁକ୍ତ କରି କୋଭିଡ-19 ମହାମାରୀର ମୁକାବିଲାରେ ସହାୟତା ଯୋଗାଇବା ପାଇଁ ୟୁନିଅନ୍ ଅଫ୍ ଇଣ୍ଡିଆ ଏନଡିଆରଏଫକୁ ବ୍ୟବହାର କରିପାରିବ। ଧାରା 46 (1) (b) ଅନୁଯାୟୀ NDRF ରେ ଅବଦାନ ପାଇଁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଦାନ କରିପାରିବ । PM CARES ପାଣ୍ଠିରେ ଯେକୌଣସି ବ୍ୟକ୍ତି କିମ୍ବା କୌଣସି ଅନୁଷ୍ଠାନ ଦ୍ବାରା ଯୋଗଦାନ ସ୍ବେଚ୍ଛାକୃତ । PM CARES ପାଣ୍ଠିରେ ସଂଗୃହିତ ପାଣ୍ଠି ସଂପୂର୍ଣ୍ଣ ଭିନ୍ନ ପାଣ୍ଠି ଯାହାକି ଏକ ସାର୍ବଜନୀନ ଚାରିଟେବୁଲ ଟ୍ରଷ୍ଟର ପାଣ୍ଠି ଅଟେ ଏବଂ ଉକ୍ତ ପାଣ୍ଠିକୁ NDRF କୁ ସ୍ଥାନାନ୍ତର କରିବା ପାଇଁ କୌଣସି ନିର୍ଦ୍ଦେଶ ପ୍ରଦାନ କରିବାର କୌଣସି ସୁଯୋଗ ନାହିଁ ।
26 ଜୁନ 2020
ସିବିଏସଇ ଓ ଆଇସିଏସସି ପରୀକ୍ଷା ରଦ୍ଦ