ଓଡିଶା

odisha

ETV Bharat / bharat

ବିଷ ବଳୟରେ ରାଜଧାନୀ; କେନ୍ଦ୍ର-ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା - supreme court on delhi ncr air pollution

ରାଜଧାନୀ ଦିଲ୍ଲୀର ବିଷାକ୍ତ ବାୟୁକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଦିଲ୍ଲୀରେ ଆଜି ମାରାତ୍ମକ ପ୍ରଦୂଷଣ ସୃଷ୍ଟି ହୋଇଛି ବୋଲି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

ଫାଇଲ ଫଟୋ

By

Published : Nov 4, 2019, 6:35 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିଷାକ୍ତ ବାୟୁକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଦିଲ୍ଲୀରେ ଆଜି ମାରାତ୍ମକ ପ୍ରଦୂଷଣ ସୃଷ୍ଟି ହୋଇଛି ବୋଲି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାର କ'ଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପ୍ରଦୂଷଣ ପାଇଁ ଲୋକମାନେ ତାଙ୍କ ଜୀବନର ମହତ୍ବପୂର୍ଣ୍ଣ ବର୍ଷ ଗୁଡ଼ିକୁ ହରାଇ ଚାଲିଛନ୍ତି । କ’ଣ ଆପଣ ଏଭଳି ପରିସ୍ଥିତିରେ ରହିପାରିବେ? ଏଭଳି ସ୍ଥିତିରେ ରହିବାକୁ କେବେ ବି କେହି ଚାହିଁବେ ନାହିଁ। ସହରରେ ଏବେ କୌଣସି ଘର ମଧ୍ୟ ସୁରକ୍ଷିତ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ପଞ୍ଜାବ, ହରିୟାଣା ଏବଂ ଉତ୍ତ ପ୍ରଦେଶର ଚାଲିଥିବା ଶଷ୍ୟ ପୋଡ଼ା ଘଟଣାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ରୋକିବା ପାଇଁ ଆପଣ କି ପଦକ୍ଷେପ ନେଉଛନ୍ତି ବୋଲି ପଞ୍ଜାବ, ହରିୟାଣା ଏବଂ ଉତ୍ତ ପ୍ରଦେଶର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସେପଟେ ସୁପ୍ରିମକୋର୍ଟ ଦିଲ୍ଲୀରେ ଲାଗୁ ହୋଇଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହା ପଛର ଯଥାର୍ଥତା ସମ୍ପର୍କରେ ପ୍ରଶ୍ନ କରିଛନ୍ତି । ଏହା ସହିତ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଦ୍ବାରା ପ୍ରଦୂଷଣ କମ ହୋଇଛି ବୋଲି ପ୍ରମାଣ ସ୍ବରୂପ ତଥ୍ୟ ଆସନ୍ତା ଶୁକ୍ରବାର ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ଦିଲ୍ଲୀ ସରକାରଙ୍କୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ABOUT THE AUTHOR

...view details