ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ନା ନେଉନି । ଏହା ମଧ୍ୟରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ରୋଷେୟା କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି। ଏହି ଖବର ଜାଣିବା ପରେ ସୁପ୍ରିମକୋର୍ଟ ବିଚାରପତି ଏବଂ ତାଙ୍କ ପରିବାର ନିଜକୁ କ୍ବାରେଣ୍ଟିନରେ ରଖିଛନ୍ତି ।
ସୂଚନା ଅନୁଯାୟୀ, ଗତ ମେ 7ରୁ ଛୁଟିରେ ଥିବା ରୋଷେୟା ଗତ ଗୁରୁବାର କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ସୁତ୍ରରୁ ଜଣାପଡିଛି ଯେ ଛୁଟି ମଧ୍ୟରେ ରୋଷେୟା ଜଣଙ୍କ କୋରୋନା ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି ।