ନୂଆଦିଲ୍ଲୀ: ଚାରା ଦୁର୍ନୀତି ମାମଲାରେ ଜେଲଦଣ୍ଡ କାଟୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ମଞ୍ଜୁର କରିବା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ସିବିଆଇ। ଏହି ଆବେଦନର ଶୁଣାଣି କରି ଲାଲୁଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଲାଲୁଙ୍କ ଜାମିନ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ନୋଟିସ ଜାରି - lalu prasad yadav
ଚାରା ଦୁର୍ନୀତି ମାମଲାରେ ଜେଲଦଣ୍ଡ କାଟୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରିଥିଲେ । ସିବିଆଇ ଦ୍ବାରା କରାଯାଇଥିବା ଏହି ଆବେଦନ ସମ୍ପର୍କରେ ଲାଲୁ ଯାଦବଙ୍କୁ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ଖଣ୍ଡପୀଠ।
ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଦେଓଘର କୋଷାଗାର ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ସିବିଆଇ କୋର୍ଟ ସାଢ଼େ 3 ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ପୂର୍ବରୁ ଅନେକ ଥର ଲାଲୁ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଆସୁଥିଲେ । ହେଲେ ଲାଲୁ ପ୍ରସାଦ ଯାଦବ ଜେଲରେ ଅସୁସ୍ଥ ହୋଇପଡ଼ିବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଥାଇ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। 2019 ଜୁଲାଇ 12 ତାରିଖରେ ଝାଡ଼ଖଣ୍ଡ ହାଇକୋର୍ଟ 1 ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।