ନୂଆଦିଲ୍ଲୀ: ଆସନ୍ତା କର୍ଣ୍ଣାଟକ ଉପନିର୍ବାଚନରେ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ଲଢିବାକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 25 ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ କରାଯିବ । ଆସନ୍ତା ଅକ୍ଟୋବର 21ତାରିଖରେ କର୍ଣ୍ଣାଟକରେ ଉପନିର୍ବାଚନ ଅନୁଷ୍ଠିତ ହେବ ।
ନିର୍ବାଚନ ଲଢିବେ କର୍ଣ୍ଣାଟକର ଅଯୋଗ୍ୟ ବିଧାୟକ - କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ
ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ନିର୍ବାଚନ ଲଢିବାକୁ ଅନୁମତି ଦେବାକୁ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଫଟୋ ସୌଜନ୍ୟ: ଏଏନଆଇ
ସୂଚନାଯୋଗ୍ୟ, କର୍ଣ୍ଣାଟକରେ ବାଚସ୍ପତିଙ୍କ ଦ୍ବାରା 14 ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଛନ୍ତି ।