ଓଡିଶା

odisha

ETV Bharat / bharat

ସିଏଏ: ଜବାବ ଦାଖଲ କରିବାକୁ କେନ୍ଦ୍ରକୁ 4 ସପ୍ତାହ ସମୟ - supreme court

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସୁପ୍ରିମକୋର୍ଟରେ ଦାଏର ହୋଇଥିବା 140ଟି ଯାଚିକା ଉପରେ ବୁଧବାର ଶୁଣାଣି ହୋଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

petitions-on-caa
ସୁପ୍ରିମକୋର୍ଟ

By

Published : Jan 22, 2020, 11:54 AM IST

Updated : Jan 22, 2020, 12:13 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଆଗତ 140 ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏଥିମଧ୍ୟରୁ ଅଧିକାଂଶ ଯାଚିକା ସିଏଏ ବିରୋଧରେ ଦାଖଲ କରାଯାଇଛି । ସିଏଏର ସମ୍ବିଧାନିକ ବୈଧତାକୁ ନେଇ ମୁଖ୍ୟ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଶୀର୍ଷ ଅଦାଲତ ସମସ୍ତ ଯାଚିକାରେ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଶୁଣାଣିରେ ସୁପ୍ରିମକୋର୍ଟ ଏହିସବୁ ଯାଚିକାକୁ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ । ଏହାର ଜବାବ ଦାଖଲ ପାଇଁ ସରକାରୀ ଓକିଲ କେ.କେ ବେଣୁଗୋପାଳ ଆଜି କୋର୍ଟଙ୍କୁ 2 ସପ୍ତାହ ସମୟ ମାଗିଥିଲେ। କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ 4 ସପ୍ତାହ ସମୟ ଦେଇଛନ୍ତି ।

ଶୁଣାଣି ସମୟରେ ସିଏଏକୁ ଚ୍ୟାଲେଞ୍ଜ କରିଥିବା ପକ୍ଷର ଯୁକ୍ତି ବାଢି ବରିଷ୍ଠ ଆଇନ୍‌ଜୀବି କପିଲ ସିବଲ ଏହାର ଶୁଣାଣି ପାଇଁ ସମ୍ବିଧାନିକ ପୀଠ ଗଠନ କରିବାକୁ ସର୍ବୋଚ୍ଚ ଅଦାଲଙ୍କୁ କହିଥିଲେ। ଏହା ସହିତ ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ସିଏଏ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ହେଲେ କୋର୍ଟ ସିଏଏ ଏବଂ ଏନପିଆର ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ସରକାରଙ୍କ ପକ୍ଷ ନଶୁଣି ଆମେ କୌଣସି ଆଦେଶ ଦେଇପାରିବୁ ନାହିଁ ବୋଲି ଅଦାଲତ କହିଛନ୍ତି।

ଏହା ସହିତ ସୁପ୍ରିମକୋର୍ଟ ଆବେଦନର ଶୁଣାଣି ପାଇଁ ସାମ୍ବିଧାନିକ ପୀଠ ଗଠନ କରିବାର ସଙ୍କେତ ଦେଇଛନ୍ତି। ଏହି ପୀଠ ମାମଲାର ଶୁଣାଣି ପାଇଁ ଅନୁସୂଚୀ ପ୍ରସ୍ତୁତ କରିବେ।ଅନ୍ତରୀଣ ଆଦେଶ ପାଇବାର 5 ସପ୍ତାହ ପରେ ମାମଲାର ଶୁଣାଣି କରିବ ବୋଲି କୋର୍ଟ କହିଛନ୍ତି।

Last Updated : Jan 22, 2020, 12:13 PM IST

ABOUT THE AUTHOR

...view details