ନୂଆଦିଲ୍ଲୀ: INX ମିଡିଆ ମାମଲାରେ ସିବିଆଇ ହେପାଜତରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଇଡିର ଗିରଫଦାରୀରୁ କିଛିଟା ଆଶ୍ବସ୍ତି ମିଳିଛି । କୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣିକୁ 26 ଅଗଷ୍ଟ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।
ଚିଦା ଆଶ୍ବସ୍ତ; ସୋମବାର ପର୍ଯ୍ୟନ୍ତ ଗିରଫ କରିପାରିବନି ଇଡି
26 ଅଗଷ୍ଟ ଯାଏ ଚିଦାମ୍ବରମଙ୍କୁ ଗିରଫ ନ କରିବା ନେଇ ଇଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସୋମବାର ହେବ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି ।
ଡିଜାଇନ ଫଟୋ
ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କୁ ଗିରଫ କରି ପାରିବେ ନାହିଁ । ସୋମବାର ପର୍ଯ୍ୟନ୍ତ ଚିଦାମ୍ବରମଙ୍କ ଗିରଫଦାରୀ ଉପରେ ରୋକ ଲଗାଯାଇଥିବା ବେଳେ ସେହିଦିନ ହିଁ ଜାମିନ ଆବେଦନର ଶୁଣାଣି ହେବ । ଅନ୍ୟ ପକ୍ଷରେ ଗତ ସାଢେ ତିନି ଘଣ୍ଟାରୁ ଚିଦାମ୍ବରମଙ୍କୁ ଜେରା ଜାରି ରହିଛି ଇଡି ।