ନୂଆଦିଲ୍ଲୀ: ଲକଡାଉନ ସମୟରେ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ କରିବାକୁ ନିଯୁକ୍ତିଦାତାଙ୍କୁ ବାଧ୍ୟ କରିପାରିବେ ନାହିଁ କେନ୍ଦ୍ର ସରକାର । ଆଜି (ଶୁକ୍ରବାର) ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ କୋର୍ଟ କମ୍ପାନୀ ଏବଂ କର୍ମଚାରୀଙ୍କୁ ଆପୋସ ବୁଝାମଣା କରି ଏହି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ଗତ ମାର୍ଚ୍ଚ ମାସ 29 ତାରିଖରେ ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ନିଯୁକ୍ତିଦାତାମାନେ ଲକଡାଉନ ସମୟୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେବା ବାଧ୍ୟତାମୂଳକ ବୋଲି ଆଦେଶ ଦେଇଥିଲେ । ତେବେ କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତି ବିରୋଧରେ କେତେକ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ପ୍ରକାଶ କରିଛନ୍ତି । ଏହା ସହିତ କୋର୍ଟ ଗୃହମନ୍ତ୍ରାଳୟର ବିଜ୍ଞପ୍ତି ଉପରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ 4 ସପ୍ତାହ ସମୟ ଦେଇଛନ୍ତି ।