ଓଡିଶା

odisha

ETV Bharat / bharat

ମୁକେଶର ପିଟିସନକୁ ସୁପ୍ରିମକୋର୍ଟଙ୍କ ଖାରଜ - Supreme Court dismisses petition

ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ମୁକେଶ ଦ୍ବାରା କରାଯାଇଥିବା ଏକ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

Supreme Court dismisses petition of Delhi gangrape convict Mukesh
ମୁକେଶର ପିଟିସନକୁ ସୁପ୍ରିମକୋର୍ଟଙ୍କ ଖାରଜ

By

Published : Jan 29, 2020, 11:37 AM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀ ମୁକେଶ ଦ୍ବାରା କରାଯାଇଥିବା ଏକ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ରାଷ୍ଟ୍ରପତି ଦୟା ଯାଚିକାକୁ ପ୍ରତ୍ୟାଖାନ କରିବା ପରେ ଏହା ବିରୋଧରେ ମୁକେଶ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଯାଚିକା ଦାଖଲ କରାଯାଇଥିଲା।

ପିଟିସନରେ ଉଲ୍ଲେଖ କରାଯାଇଥିବା ଘଟଣା ଭିତ୍ତିହୀନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୁହାଯାଉଥିବା ନିର୍ଯାତନାର କୌଣସି ଆଧାର ନାହିଁ। ରାଜକ୍ଷମା ପାଇଁ ସମସ୍ତ ଦସ୍ତାବିଜ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା। ରାଷ୍ଟ୍ରପତି ଏହାକୁ ବିଚାର ପୂର୍ବକ ଅଗ୍ରାହ୍ୟ କରିଥିବା ସୁପ୍ରିମକୋର୍ଟ ଦର୍ଶାଇଛନ୍ତି। ବିଚାରପତି ଆର୍ ଭାନୁମତୀ, ଏଏସ ବୋପନ୍ନା ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡପୀଠ ଏହି ଯାଚିକାର ଶୁଣାଣି କରିଥିଲେ।

ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଆବେଦନ ଖାରଜକୁ ଏହି ଯାଚିକାରେ ଚ୍ୟାଲେଞ୍ଜ କରାଯିବା ସହ ଦୋଷୀ ମୁକେଶ ସିଂହକୁ ଜେଲରେ ଯୌନ ଉତ୍ପୀଡନ କରାଯାଇଥିବା ନେଇ ମୁକେଶର ଓକିଲ ଅଞ୍ଜନା ପ୍ରକାଶ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଆସନ୍ତା ଫେବୃଆରୀ ପହିଲାରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

ABOUT THE AUTHOR

...view details