ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ଦାଖଲ ପୁନଃର୍ବିଚାର ଆବେଦନ ଉପରେ ଶୁଣାଣିକୁ ନେଇ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇଛନ୍ତି । ଏହି ମାମଲାରେ କୋର୍ଟ ସମସ୍ତ ପୂନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ।
ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟରେ ସମସ୍ତ 18 ପୁନଃର୍ବିଚାର ଯାଚିକା ଖାରଜ
ଅଯୋଧ୍ୟା ମାମଲାରେ ଦାଖଲ ପୁନଃର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ । ବନ୍ଦ ଚାମ୍ବରରେ 5 ବିଚାରପତିଙ୍କ ଖଣ୍ଡପୀଠରେ ଏହି ରାୟର ଶୁଣାଣି ।
ସୁପ୍ରିମକୋର୍ଟ ବନ୍ଦ ଚାମ୍ବରରେ 5 ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣି କରିବା ସହ ଅଯୋଧ୍ୟା ମାମଲାରେ ଦାଖଲ ସମସ୍ତ 18ଟି ପୁନଃର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ମାମଲାରେ 9 ଜଣ ଯାଚିକାକର୍ତ୍ତା ପକ୍ଷକାର ଓ ବାକି 9 ଜଣ ଅନ୍ୟ ଯାଚିକାକର୍ତ୍ତା ରହିଥଲେ ।
ଦାଖଲ ଯାଚିକାଗୁଡିକର ସକାରାତ୍ମକ ଦିଗଗୁଡିକ ଉପରେ ମଧ୍ୟ ବିଚାର କରାଯାଇଥିଲା । ପୂର୍ବରୁ ନିର୍ମୋଇ ଆଖଡା ମଧ୍ୟ ପୁନଃର୍ବିଚାର ଆବେଦନ ଦାଖଲ କରିବାର ନିଷ୍ପତ୍ତି ନେଇଥିଲା । ଅଯୋଧ୍ୟା ରାୟର 1 ମାସ ପରେ ବି ରାମ ମନ୍ଦିର ଟ୍ରଷ୍ଟରେ ନିଜର ଭୂମିକା ନିର୍ଣ୍ଣୟ ହୋଇ ନଥିବା ନିର୍ମୋଇ ଆଖଡା ଯାଚିକାରେ କହିଥିଲା । କିନ୍ତୁ ଏବେ ଏହି ଯାଚିକାକୁ ମଧ୍ୟ ଖାରଜ କରିଦିଆଯାଇଛି । ତେବେ ସୁପ୍ରିମକୋର୍ଟରେ ପୁନଃର୍ବିଚାର ଯାଚିକା ଖାରଜ ପରେ ରାମ ମନ୍ଦିର ନିର୍ମାଣ ଦିଗରେ ଆଉ କୌଣସି ବାଧା ନାହିଁ ।