ଓଡିଶା

odisha

By

Published : Apr 2, 2019, 2:35 PM IST

ETV Bharat / bharat

ସୁପ୍ରିମକୋର୍ଟରେ ଝୁଲିଛି ହାର୍ଦ୍ଦିକଙ୍କ ସ୍ୱପ୍ନ, ତତ୍କାଳ ଶୁଣାଣି ଜାଚିକା ଖାରଜ

ନିର୍ବାଚନ ଲଢିବା ପାଇଁ ଦଣ୍ଡାଦେଶ ସ୍ଥଗିତ କରିବାକୁ ହାର୍ଦ୍ଦିକ ଗୁଜୁରାଟ ହାଇକୋର୍ଟରେ ଅପିଲ କରିଥିଲେ। କିନ୍ତୁ କୋର୍ଟ ତଙ୍କର ପୂର୍ବ ରାୟକୁ ସଂରକ୍ଷିତ ରଖିଥିଲେ। ତାହାକୁ ଚ୍ୟାଲେଞ୍ଜ କରି ସେ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଚୁରମାର ହେଉଛି ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ନିର୍ବାଚନ ଲଢିବାର ସ୍ବପ୍ନ। ନିକଟରେ ହାର୍ଦ୍ଦିକଙ୍କ ନିର୍ବାଚନ ଲଢିବା ଉପରେ ଗୁଜୁରାଟ ହାଇକୋର୍ଟ ରୋକ ଲାଗାଇଛନ୍ତି। ଏହି ମାମଲାରେ ହାର୍ଦ୍ଦିକଙ୍କୁ ଆଉ ଏକ ଶକ୍ତ ଝଟକା ଲାଗିଛି। ସେହି ମାମଲାର ତତ୍କାଳ ଶୁଣାଣି ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଯାଚିକା ଖାରଜ ହୋଇଛି।

କିଛ ଦିନ ପୂର୍ବେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ମିଶିଥିଲେ। ଆଶା ରଖିଥିଲେ ଲୋକସଭା ନିର୍ବାଚନ ଲଢି ସାଂସଦ ହେବେ। କିନ୍ତୁ ତାଙ୍କର ସେହି ସ୍ୱପ୍ନରେ କଳା ବାଦଲ ଢାଙ୍କିଛି 2015ର ଗୁଜୁରାଟରେ ହେଇଥିବା ଏକ ହିଂସାକାଣ୍ଡ। ଲୋକଙ୍କୁ ହିଂସାକାଣ୍ଡରେ ସାମିଲ ହେବା ସହ ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଗତବର୍ଷ ଜୁଲାଇରେ ମେହସାନା ଅଧିନସ୍ଥ କୋର୍ଟ ତାଙ୍କୁ 2 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ସେହି ମାମଲା ପାଇଁ ତାଙ୍କର ନିର୍ବାଚନ ଲଢିବା ଉପରେ ରୋକ ଲଗାଯାଇଛି। ନିର୍ବାଚନ ଲଢିବା ପାଇଁ ଦଣ୍ଡାଦେଶ ସ୍ଥଗିତ କରିବାକୁ ହାର୍ଦ୍ଦିକ ଗୁଜୁରାଟ ହାଇକୋର୍ଟରେ ଅପିଲ କରିଥିଲେ। କିନ୍ତୁ କୋର୍ଟ ତଙ୍କର ପୂର୍ବ ରାୟକୁ ସଂରକ୍ଷିତ ରଖିଥିଲେ। ତାହାକୁ ଚ୍ୟାଲେଞ୍ଜ କରି ସେ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମାମଲାର ତତ୍କାଳ ଶୁଣାଣି ପାଇଁ ହାର୍ଦ୍ଦିକ ସୁପ୍ରିମକୋର୍ଟରେ ଆବେଦନ ମଧ୍ୟ କରିଥିଲେ। ଯଦି କୋର୍ଟ ମାମଲାର ଶୁଣାଣି କରିଥାଆନ୍ତେ ତେବେ ତାଙ୍କର ନିର୍ବାଚନ ଲଢିବାର ସମ୍ଭାବନା ବହୁତ ଥିଲା। କିନ୍ତୁ ତତ୍କାଳ ଶୁଣାଣି ହେବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଯାହା ତାଙ୍କର ସାଂସଦ ହେବାର ଆଶାକୁ ମଉଳାଇ ଦେଇଛି।

ABOUT THE AUTHOR

...view details