ନୂଆଦିଲ୍ଲୀ: ବିହାର ମୁଜାଫରପୁର ଜିଲ୍ଲାର ବହୁ ଚର୍ଚ୍ଚିତ ଆଶ୍ରମଗୃହ ହତ୍ୟାକାଣ୍ଡ ମାମଲାରେ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତିନି ମାସ ମଧ୍ୟରେ ସମସ୍ତ ତଦନ୍ତ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏଥିପାଇଁ ସିବିଆଇ ପୂର୍ବରୁ 6 ମାସ ସମୟ ମାଗିଥିଲା ।
ଜଷ୍ଟିସ ଇନ୍ଦୁ ମଲହୋତ୍ରା ଏବଂ ଜଷ୍ଟିସ ଏସ ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏହି ଆଶ୍ରୟ ଗୃହରେ ଅପ୍ରାକୃତିକ ଯୌନ ନିର୍ଯାତନା ଅଭିଯୋଗର ଭିଡିଓ ରେକର୍ଡିଂ ଯାଞ୍ଚ କରିବାକୁ ସିବିଆଇକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ଦଣ୍ଡ ସଂହିତାର ଧାରା 377 ଅନୁସାରେ ଏହି ଯାଞ୍ଚ କରିବାକୁ ଖଣ୍ଡପୀଠ କହିଛନ୍ତି ।