ବେଙ୍ଗାଲୁରୁ: ସୁପ୍ରିମକୋର୍ଟରେ ପହଞ୍ଚିଛି କର୍ଣ୍ଣାଟକ ସଙ୍କଟ । କଂଗ୍ରେସ-ଜେଡିଏସର 10 ବିଦ୍ରୋହୀ ବିଧାୟକଙ୍କୁ ସନ୍ଧ୍ୟା 6ଟା ସୁଦ୍ଧା ବାଚସ୍ପତିଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସେମାନେ ଇସ୍ତଫାର କାରଣ ବାଚସ୍ପତିଙ୍କୁ ଜଣାଇବାକୁ କହିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଅନିରୁଦ୍ଧ ବୋଷଙ୍କ ଗଠିତ ଖଣ୍ଡପୀଠ ବାଚସ୍ପତିଙ୍କ ନିଷ୍ପତ୍ତିକୁ ନେଇ ଶୁକ୍ରବାର ଶୁଣାଣି କରିବେ ।
କର୍ଣ୍ଣାଟକ ପଲଟିକାଲ ପାଲା, 6ଟା ସୁଦ୍ଧା ବାଚସ୍ପତିଙ୍କୁ ଭେଟିବେ ବିଦ୍ରୋହୀ ବିଧାୟକ - Assembly Speaker
କଂଗ୍ରେସ-ଜେଡିଏସର 10 ବିଦ୍ରୋହୀ ବିଧାୟକଙ୍କୁ ସନ୍ଧ୍ୟା 6ଟା ସୁଦ୍ଧା ବାଚସ୍ପତିଙ୍କ ନିକଟରେ ହାଜର ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଶୁକ୍ରବାର ବାଚସ୍ପତିଙ୍କ ନିଷ୍ପତ୍ତିକୁ ନେଇ ଶୁଣାଣି କରିବେ କୋର୍ଟ ।
10 ବିଦ୍ରୋହୀ ବିଧାୟକଙ୍କୁ କଡା ସୁରକ୍ଷା ଯୋଗାଇ ଦେବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବିଧାୟକ ମାନେ ବାଚସ୍ପତିଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବାଚସ୍ପତି ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରୁନଥିବା ଯାଚିକାରେ ଦର୍ଶାଇଛନ୍ତି ବିଧାୟକ । ଏପରିକି ମେଣ୍ଟ ସରକାର ବଞ୍ଚାଇବା ଉଦ୍ଦେଶ୍ୟରେ ସେମାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପ୍ରକ୍ରିୟାରେ ବାଚସ୍ପତି ବିଳମ୍ବ କରୁଥିବା ଆବେଦନକାରୀ କୋର୍ଟକୁ ଜଣାଇଛନ୍ତି ।
ସେପଟେ କର୍ଣ୍ଣାଟକ, ଗୋଆ ସ୍ଥିତିକୁ ନେଇ ସଂସଦର ଗାନ୍ଧୀମୂର୍ତ୍ତି ସମ୍ମୁଖରେ ପ୍ରତିବାଦ କରୁଛନ୍ତି ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଆନନ୍ଦ ଶର୍ମା ।