ଓଡିଶା

odisha

ETV Bharat / bharat

ଡାକ୍ତରଙ୍କ କ୍ବାରେନଣ୍ଟାଇନ ବ୍ୟବସ୍ଥା ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

କୋରୋନା ଲଢେଇରେ ସାମିଲ ଡାକ୍ତରଙ୍କୁ ହସ୍ପିଟାଲ ବାହାରେ କ୍ବାରେନଣ୍ଟାଇନରେ ରହିବାକୁ ଦିଆଯାଇଥିବା ବ୍ୟବସ୍ଥା ଉପରେ କେନ୍ଦ୍ରକୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଗୋଟିଏ ସପ୍ତାହରେ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ କହିଛନ୍ତି ।

supreme-court-ask-centre-on-arrangement-for quarantine-doctors
ଡାକ୍ତରଙ୍କ କ୍ବାରେନଣ୍ଟାଇନ ବ୍ୟବସ୍ଥା ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

By

Published : May 16, 2020, 12:18 AM IST

ନୂଆଦିଲ୍ଲୀ: କୋରୋନା ଲଢେଇରେ ସାମିଲ ଡାକ୍ତରଙ୍କୁ ହସ୍ପିଟାଲ ବାହାରେ କ୍ବାରେନଣ୍ଟାଇନରେ ରହିବାକୁ ଦିଆଯାଇଥିବା ବ୍ୟବସ୍ଥା ଉପରେ କେନ୍ଦ୍ରକୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଗୋଟିଏ ସପ୍ତାହରେ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ କହିଛନ୍ତି ।

ଜଷ୍ଟିସ ଏଲ ନାଗେଶ୍ବର ରାଓ, ଜଷ୍ଟିସ ଏସ କେ କୌଲ ଏବଂ ଜଷ୍ଟିସ ବି ଆର ଗବଈଙ୍କ ଖଣ୍ଡପୀଠ ଡାକ୍ତରଙ୍କୁ କ୍ବାରେନଣ୍ଟାଇନରେ ଦିଆଯାଇଥିବା ସୁବିଧା ଉପରେ ଦାୟର ଯାଚିକାର ଶୁଣାଣି କରିଥିଲେ । ବରିଷ୍ଠ ଓକିଲ ମୁକୁଲ ରୋହିତଙ୍ଗୀ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇ ଖଣ୍ଡପୀଠକୁ କହିଛନ୍ତି ଯେ ସରକାରୀ ଡାକ୍ତରଖାନାର ବାସିନ୍ଦା ଡାକ୍ତରମାନେ 14 ଦିନ ପାଇଁ କ୍ବାରେନଣ୍ଟାଇନରେ ରହିବା ଉଚିତ । କିନ୍ତୁ ସମାନ ଡାକ୍ତରଖାନାରେ ଗୋଟିଏ କୋଠରୀରେ ବାଥରୁମ ବାଣ୍ଟିବା ସହ ଡାକ୍ତରମାନଙ୍କୁ ଏକାଠି ରଖାଯାଉଛି । ତେଣୁ ସରକାର ସେମାନଙ୍କୁ ରହିବା ପାଇଁ ଉନ୍ନତ ସ୍ଥାନ ଯୋଗାଇବା ଉଚିତ୍ ।

ସେହିପରି ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ, 27 ଏପ୍ରିଲରେ ଆବଶ୍ୟକ ହୋଟେଲ ହାସଲ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେଗୁଡିକ ସେମାନଙ୍କୁ ଦିଆଯାଉ । ମେଡିକାଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀଙ୍କ ସହ ବିସ୍ତୃତ ବୈଠକ କରିଛି । ଏହା ପରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଆମେ ସମ୍ପୂର୍ଣ୍ଣ ସଚେତନ ଅଛୁ । ଯାହା ଆମ ଦ୍ବାରା ହୋଇପାରିବ ତାହା କରିବା ଏବଂ ଆଗକୁ ଆହୁରି ମଧ୍ୟ କରାଯିବା ଉଚିତ୍ । ଯଦି କୌଣସି ଅସୁବିଧା ଥାଏ ତେବେ ଏହାକୁ ସରକାରଙ୍କ ନଜରକୁ ଆଣିବା ଉଚିତ ଏବଂ ଏମିତି ହିଁ କରାଯିବା ଉଚିତ୍ । ଏଥିପାଇଁ ଅଧ୍ୟାଦେଶ ମଧ୍ୟ ଜାରି କରାଯାଇଛି ।

ଡାକ୍ତରଖାନା ନିକଟରେ ଥିବା ଅନ୍ୟାନ୍ୟ ସ୍ଥାନରେ ଏହି ସୁବିଧା ଯୋଗାଇ ଦିଆଯାଇପାରିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ସଲିସିଟର ଜେନେରାଲ କହିଛନ୍ତି ଯେ ଏହା ଏକ ଭଲ ପରାମର୍ଶ ଏବଂ ଏହାକୁ ବିଚାରକୁ ନିଆଯିବ । ସେପଟେ ଏକ ସପ୍ତାହ ମଧ୍ୟରେ କେନ୍ଦ୍ରଠୁ ଏନେଇ ନିର୍ଦ୍ଦେଶ ଆଣିବାକୁ ଖଣ୍ଡପୀଠ ସେମାନଙ୍କୁ କହିଛନ୍ତି ।

ABOUT THE AUTHOR

...view details