ଓଡିଶା

odisha

ETV Bharat / bharat

କେନ୍ଦ୍ରକୁ ଝଟକା, ପୁଣି ହେବ ରାଫେଲ ମାମଲାର ଶୁଣାଣି - Supreme Court

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ରାଫେଲ ଡିଲ ମାମଲାରେ କ୍ଲିନ ଚିଟ ଦେଇଥିଲେ । ତେବେ ଏହି ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାୟର ହୋଇଥିଲା । ସେପଟେ କେନ୍ଦ୍ର ସରକାର ମଧ୍ୟ ସମୀକ୍ଷା ଆବେଦନକୁ ଚ୍ୟାଲେଞ୍ଜ କରିଥିଲେ । ତେବେ ସର୍ବୋଚ୍ଚ କୋର୍ଟ କେନ୍ଦ୍ରର ଆବେଦନକୁ ଖାରଜ କରିବା ସହିତ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି କହିଛନ୍ତି।

ଫାଇଲ ଫଟୋ

By

Published : Apr 10, 2019, 12:40 PM IST

ନୂଆଦିଲ୍ଲୀ: ରାଫେଲ ଡିଲ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ସର୍ବୋଚ୍ଚ କୋର୍ଟଙ୍କ ପୂର୍ବ ନିଷ୍ପତ୍ତି ବିରୋଧରେ ଦାୟର ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି କରିବାକୁ ରାଜି ହେଲେ ସୁପ୍ରିମକୋର୍ଟ। ମୁଖ୍ୟବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହାର ପୁନର୍ବିଚାର ଶୁଣାଣି କରିବେ । ରାଫେଲ ମାମଲା ବିରୋଧରେ ଦାୟର ହୋଇଥିବା ସମୀକ୍ଷା ଯାଚିକାକୁ କେନ୍ଦ୍ର ଚ୍ୟାଲେଞ୍ଜ କରିଥିଲା । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଏହି ଆବେଦନକୁ ଖାରଜ କରିବା ସହିତ ରାଫେଲ ମାମଲାର ଶୁଣାଣି କରିବା ପାଇଁ ତାରିଖ ନିର୍ଦ୍ଧାରଣ କରିବେ।

ସୁପ୍ରିମକୋର୍ଟ ବୁଧବାର ରାଫେଲ ମାମଲା ଉପରେ ଶୁଣାଣି କରିବେ ବୋଲି ସୂଚନା ଦେଇଛନ୍ତି। ସୂଚନା ଥାଉକି, ରାଫେଲ ଡିଲ ସମ୍ପର୍କିତ ଲିକ୍ ଦସ୍ତାବିଜ ଉପରେ ଶୁଣାଣି ନକରିବା ପାଇଁ କେନ୍ଦ୍ର ଆବେଦନ କରିଥିଲା । ତେବେ ସୁପ୍ରିମକୋର୍ଟ ଏହି ମାମଲାର ପୁନର୍ବିଚାର ସମୟରେ ଉକ୍ତ ଲିକ ଦସ୍ତାବିଜର ଶୁଣାଣି କରିବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ଶୌରୀ ଏବଂ ଆଇନଜୀବୀ ପ୍ରଶାନ୍ତ ଭୂଷଣ ରାଫେଲ ଡିଲରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରି ସୁପ୍ରିମକୋର୍ଟରେ ପୁନଃ ଶୁଣାଣି ପାଇଁ ଆବେଦନ କରିଥିଲେ ।

ପ୍ରକାଶ ଯେ, ରାଫେଲ୍‌ ଡିଲ ନେଇ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ନିମନ୍ତେ ଆବେଦନ ଦାୟର ହୋଇଥିଲା । ସେପଟେ କେନ୍ଦ୍ର ସରକାର ରିଭ୍ୟୁ ପିଟିସନ ବିରୋଧରେ ଆବେଦନ କରିଥିଲେ। ତେବେ ବୁଧବାର ସୁପ୍ରିମ୍‌ କୋର୍ଟ କେନ୍ଦ୍ରସରକାରଙ୍କ ଆବେଦନକୁ ଖାରଜ କରି କହିଛନ୍ତି, ଲିକ୍‌ ହୋଇଥିବା ରାଫେଲ ଡିଲର ଦସ୍ତାବିଜ ମଧ୍ୟ ସମୀକ୍ଷା ନିମନ୍ତେ ଗ୍ରହଣୀୟ।

For All Latest Updates

ABOUT THE AUTHOR

...view details