ଓଡିଶା

odisha

ETV Bharat / bharat

କୋରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାଟ ପରୀକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ସୋମବାର ଦିନ ସୁପ୍ରିମକୋର୍ଟ କୋରୋନା ଆକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରହି କମଲ ଲ ଆଡମିଶନ ଟେଷ୍ଟ(ସିଏଲଏଟି) 2020 ପରୀକ୍ଷା ଦେବାକୁ ଅନୁମିତି ଦେଇଛନ୍ତି ।

By

Published : Sep 28, 2020, 3:08 PM IST

କୋରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାଟ ପରୀକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ଅନୁମତି
କୋରୋନା ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାଟ ପରୀକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କୁ କ୍ଲାଟ ପରୀକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ଅନୁମତି । ସୋମବାର ଦିନ ସୁପ୍ରିମକୋର୍ଟ କୋରୋନା ଆକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରହି କମଲ ଲ ଆଡମିଶନ ଟେଷ୍ଟ(ସିଏଲଏଟି) 2020 ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି ।

ଜଷ୍ଟିସ ଅଶୋକ ଭୁଷଣଙ୍କ ଦ୍ୱାରା ବସିଥିବା ଏକ ବେଞ୍ଚ କହିଛନ୍ତି, କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଦ୍ଵାରା ପ୍ରଦାନ କରାଯିବା ଆଇସୋଲେସନ ରୁମରେ ରହି ଛାତ୍ରଛାତ୍ରୀ କ୍ଲାଟ ପରୀକ୍ଷା ଦେଇପାରିବେ ।

ଆବେଦନକାରୀ ଏହା ନିଶ୍ଚିତ କରିବେ ଯେ, ଏହି ଆଦେଶର ଡାଉନଲୋଡ୍ କପି କେନ୍ଦ୍ର ସୁପରିଟେଣ୍ଡେଣ୍ଟ ନିକଟରେ ଅନ୍ୟ କୌଣସି ଲକ୍ଷଣହୀନ ବ୍ୟକ୍ତିଙ୍କ ଦ୍ବାରା ପ୍ରସ୍ତୁତ କରାଯିବ । ଡାଉନଲୋଡ୍ କପି ପାଇବା ପରେ ପରୀକ୍ଷା ଦେବାପାଇଁ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ଆବେଦନକାରୀଙ୍କୁ ଏକ ଅଲଗା ରୁମ ପ୍ରଦାନ କରିବେ ।

ତେବେ ଅନ୍ୟ ପ୍ରାର୍ଥୀମାନେ ପ୍ରବେଶ କରିବା ପରେ ଆବେଦନକାରୀ ପରୀକ୍ଷା ସେଣ୍ଟରକୁ ପ୍ରବେଶ କରିବେ । କେନ୍ଦ୍ର ସୁପରିଟେଣ୍ଡେଣ୍ଟ ସରକାରୀ ମେଡିକାଲକୁ ଆବଶ୍ୟକୀୟ ମେଡିକାଲ କର୍ମଚାରୀ ଯୋଗାଇବା ପାଇଁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details