ଓଡିଶା

odisha

ETV Bharat / bharat

ଫିଟିଲା ରାସ୍ତା, ମିଳିଲା ଅନୁମତି; ପରିବାରକୁ ଭେଟି ପାରିବେ କାଶ୍ମୀର ଛାତ୍ର - ଧାରା 370 ଉଚ୍ଛେଦ

ଜମ୍ମୁ କାଶ୍ମୀରକୁ ଆରମ୍ଭ ହେଲା ଯାତାୟତ। ଏନେଇ ସୁପ୍ରିମିକୋର୍ଟ ଜଣେ ଛାତ୍ରଙ୍କୁ ତାର ପିତାମାତାଙ୍କ ସହ ଭେଟିବାକୁ ଅନନ୍ତନାଗ ଯିବାକୁ ଅନୁମତି ଦେଇଛନ୍ତି। ସେହିପରି ସିପିଆଇ ନେତା ସୀତାରାମ ୟେଚୁରୀ ମଧ୍ୟ ତାଙ୍କ ଦଳର ବିଧାୟକଙ୍କୁ ଭେଟିବା ପାଇଁ ଶ୍ରୀନଗର ଯାଇପାରିବେ ବୋଲି ସୂଚନା ମିଳିଛି।

ଫାଇଲ ଫଟୋ

By

Published : Aug 28, 2019, 5:36 PM IST

ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦ ପରେ ସୀମାରେ ଲାଗି ରହିଛି ଅଶାନ୍ତି । ଏନେଇ ଗାଡି ଚଳାଚଳ ଓ ସମସ୍ତ ବ୍ୟବସ୍ଥା ପୂର୍ବ ପରି ସ୍ବାଭାବିକ ହୋଇନାହିଁ। ତେବେ ଯଥାଶୀଘ୍ର ଜମ୍ମୁ କାଶ୍ମୀରରେ ଶାନ୍ତି ଫେରାଇବା ସହ ଯାତାୟତ ସ୍ବାଭାବିକ କରିବାକୁ ସରକାର ଚେଷ୍ଟା ଜାରି ରଖିଛନ୍ତି।

ଏନେଇ ବୁଧବାର ସୁପ୍ରିମକୋର୍ଟ କାଶ୍ମୀରର ଜଣେ ଛାତ୍ରକୁ ତାର ପିତାମାତାଙ୍କ ସହ ଭେଟିବାକୁ ଅନନ୍ତନାଗ ପଠାଇଛନ୍ତି। ଏହାସହ ସିପିଆଇ ନେତା ସୀତାରାମ ୟେଚୁରୀ ମଧ୍ୟ ତାଙ୍କ ଦଳର ବିଧାୟକଙ୍କୁ ଭେଟିବା ପାଇଁ ଶ୍ରୀନଗର ଯାଇପାରିବେ ବୋଲି ସୂଚନା ମିଳିଛି। ହେଲେ ସୁପ୍ରିମକୋର୍ଟର ଏହି ବିଚାରକୁ ସଲିସିଟର ଜେନେରାଲ ମେହେତା ବିରୋଧ କରିଛନ୍ତି।

ସୂଚନା ଅନୁସାରେ, ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିବା ସହ ସାୟେଦକୁ ସୁରକ୍ଷା ଦେବା ପାଇଁ ତାସହ ପୋଲିସ ସୁରକ୍ଷାବଳ ପଠାଇଛନ୍ତି। ଏପରିକି ଭାରତର ବରିଷ୍ଠ ବିଚାରପତି ରଞ୍ଜନ ଗୋଗୋଇ ଜମ୍ମୁ କାଶ୍ମୀର ସମସ୍ୟାର ଶୁଣାଣି ସମୟରେ କହିଥିଲେ କି, କେହିବି ଦେଶର କୌଣସି ସ୍ଥାନକୁ ଯିବାକୁ ଇଚ୍ଛା କରିବ ସେ ମହିଳା ହୁଅନ୍ତୁ କି ପୁରୁଷ ତାଙ୍କୁ ଯିବାକୁ ଅନୁମତି ରହିଛି।

ଜମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା 14ଟି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ଧାରା 370 ଉଚ୍ଛେଦକୁ ନେଇ ଦାଖଲ ହୋଇଥିବା ଆବେଦନ ମଧ୍ୟରୁ କିଛି ଆବେଦନ କାଶ୍ମୀରରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ନେଇ ମଧ୍ୟ ଥିଲା । ଏହାର ଶୁଣାଣି କରି କୋର୍ଟ କେନ୍ଦ୍ରକୁ ନୋଟିସ ଦେବା ସହ ମାମଲାର ଶୁଣାଣି ଅକ୍ଟୋବର ପ୍ରଥମ ସପ୍ତାହରେ ହେବ ବୋଲି କହିଛନ୍ତି ।

ABOUT THE AUTHOR

...view details