ପାଟନା:ବିହାରରେ ନିର୍ବାଚନରେ ଆରଜେଡି ନେତୃତ୍ବାଧିନ ମହାମେଣ୍ଟ ଓ ଏନଡିଏ ମଧ୍ୟରେ ଜାରି ରହିଛି କଡା ଟକ୍କର । ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣନାରେ ଏନଡିଏର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ହେଲେ ଏନଡିଏ ଏବେ ମହାମେଣ୍ଟକୁ ପଛରେ ପକାଇ କ୍ରମାଗତ ଭାବରେ ଆଗେଇ ଚାଲିଛି । ପ୍ରାଥମିକ ଟ୍ରେଣ୍ଡ୍କୁ ଦୃଷ୍ଟିରେ ରଖି ଆରଜେଡିର ବଢିଯାଇଥିଲା ଆତ୍ମବିଶ୍ବାସ । ଏପରିକି ଆରଜେଡି ନେତା ତଥା ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବଙ୍କ ଘର ସାମ୍ନାରେ ବଡ ବଡ ମାଛ ଧରି ଭୋଜି କରିବାକୁ ପହଞ୍ଚିଯାଇଥିଲେ ଦଳୀୟ ସମର୍ଥକ ।
ବିହାରରେ ଭୋଟ ଗଣନା ଜାରି ରହିଥିବା ବେଳେ ଦିନ ଯେତେ ବଢିଚାଲିଛି ଏନଡିଏ ମଧ୍ୟ ଆଗକୁ ବଢିଚାଲିଥିବା ଦେଖିବାକ ମିଳିଛି । ଏଭଳିସ୍ଥିତିରେ ପ୍ରାଥମିକ ପର୍ଯ୍ୟାୟରେ ବେଶ ଉତ୍ସାହିତ ଥିବା ଆରଜେଡିକୁ ନିରାଶ ହେବାକୁ ପଡିଛି । ବିହାରରେ ଜନମତକୁ ଦେଖି କେଉଁଠି ନା କେଉଁଠି ହତୋତ୍ସାହିତ ହୋଇପଡିଛି ଆରଜେଡି ।