ଓଡିଶା

odisha

ETV Bharat / bharat

ଦେଶର ସମର୍ଥନ ଓ ପିଏମଙ୍କ ସମ୍ବୋଧନ ସାଥ୍ ଦେଇଛି: କେ. ଶିବନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ପ୍ରୟାସ ଜାରି ରଖିଛନ୍ତି ବୈଜ୍ଞାନିକ । ନିଜର ଆଶା ଓ ଆକାଂକ୍ଷାକୁ ବିଚଳିତ ହେବାକୁ ନଦେଇ କେ.ଶିବନ କହିଛନ୍ତି ଯେ, ଏହି ଘଡିସନ୍ଧି ମୂହୁର୍ତ୍ତରେ ମିଳିଥିଲା ସବୁଠାରୁ ବଡ ସାହାସ । ତାହା ହେଉଛି ଦେଶବାସୀଙ୍କ ସମର୍ଥନ ଓ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ।

By

Published : Sep 8, 2019, 9:35 PM IST

ଫାଇଲ ଫଟୋ

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ପ୍ରୟାସ ଜାରି ରଖିଛନ୍ତି ବୈଜ୍ଞାନିକ । ଲ୍ୟାଣ୍ଡର ବିକ୍ରମର ସ୍ଥିତି ଜଣାପଡିବା ପରେ ଏବେ ନୂଆ ଆଶା ସଞ୍ଚାର କରିଛି ଇସ୍ରୋ । ଲ୍ୟାଣ୍ଡର ସହ ଚନ୍ଦ୍ରଯାନ-2ର ଯୋଗାଯୋଗ ସମ୍ପର୍କ ବିଚ୍ଛିନ୍ନ ହେବା ପରେ ଆଜି ଇସ୍ରୋ ମୁଖ୍ୟ ଏହି ସୂଚନା ଦେଇଛନ୍ତି ।

ସ୍ଥିତି ଜଣାପଡିବା ପରେ ଅର୍ବିଟରର ଥର୍ମାଲ ଇମେଜ କ୍ୟାମେରା ମାଧ୍ୟମରେ ବିକ୍ରମର ଫଟୋ ନିଆଯାଇଛି । ହେଲେ ଏବେ ଯାଏ ବି ବିକ୍ରମର ସଠିକ ଅପଡେଟ ମିଳିପାରୁନଥିବା ବେଳେ ତଥ୍ୟ ଉପରେ ନଜର ରଖିଛନ୍ତି ଇସ୍ରୋ ବୈଜ୍ଞାନିକ ।

ଭବିଷ୍ୟତରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର କିଭଳି କାର୍ଯ୍ୟ କରିବ ସେନେଇ ଡାଟା ଅନୁଧ୍ୟାନ କରିବା ପରେ ଜଣାପଡିବ । ତେବେ କାହିଁକି ଲକ୍ଷ୍ୟ ସ୍ଥଳରୁ ବିକ୍ରମ ହଟିଲା ସେନେଇ ଇସ୍ରୋ ବୈଜ୍ଞାନିକ ଅନୁଧ୍ୟାନ ଜାରି ରହିଥିବା କହିଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ । ଅନ୍ୟପଟେ ନିଜର ଆଶା ଓ ଆକାଂକ୍ଷାକୁ ବିଚଳିତ ହେବାକୁ ନଦେଇ କେ.ଶିବନ କହିଛନ୍ତି ଯେ, ଏହି ଘଡିସନ୍ଧି ମୂହୁର୍ତ୍ତରେ ମିଳିଥିଲା ସବୁଠାରୁ ବଡ ସାହାସ ।

ତାହା ହେଉଛି ଦେଶବାସୀଙ୍କ ସମର୍ଥନ ଓ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଲ୍ୟାଣ୍ଡିଂ ହେବା ସମୟରେ ବିକ୍ରମ ଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏଥିରେ ଦେଶବାସୀ ହତୋତ୍ସାହିତ ନହୋଇ ଆହୁରି ସାହାସ ଦେଇଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କ କାମକୁ ପ୍ରଂଶସା କରିବା ସହ ସଫଳତାର ସହ ଆଗକୁ ବଢିବାକୁ ଆହ୍ବାନ ଦେଇଥିଲେ । ଖାସ ସେଥିପାଇଁ 100ପ୍ରତିଶତରୁ ପ୍ରାୟ 95 ପ୍ରତିଶତ ଚନ୍ଦ୍ରଯାନ-2 ମିଶନ ସଫଳ ହୋଇଥିବା କହିଛନ୍ତି ଇସ୍ରୋ ମୁଖ୍ୟ କେ.ଶିବନ ।

ABOUT THE AUTHOR

...view details