ଓଡିଶା

odisha

ETV Bharat / bharat

ନିର୍ବାଚନ ଲଢିବେନି ସୁପରଷ୍ଟାର ରଜନୀକାନ୍ତ - General Election

ଦକ୍ଷିଣ ରାଜନୀତିରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ଚାଲିଥିବା ଅଙ୍କକଷାରେ ପଡିଲା ଯବନିକା । 2019 ନିର୍ବାଚନରେ ସେ ଓ ତାଙ୍କ ଦଳ ଅଂଶ ଗ୍ରହଣ କରିବେନି ବୋଲି ସ୍ପଷ୍ଟ କରିଛନ୍ତି ରଜନୀକାନ୍ତ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Feb 17, 2019, 1:21 PM IST

ଚେନ୍ନାଇ: ସବୁ କଳ୍ପନା ଜଳ୍ପନାରେ ପଡିଲା ଫୁଲଷ୍ଟପ୍ । ସୁପରଷ୍ଟାର ରଜନୀକାନ୍ତ ଲୋକସଭା ନିର୍ବାଚନରେ ଲଢିବେନି । ଉଭୟ ତାଙ୍କ ଦଳ 'ରଜନୀ ମକ୍କଲ ମନଡ୍ରାମ' ଏବଂ ସେ ନିର୍ବାଚନରୁ ଦୁରେଇ ରହିବେ ବୋଲି ଆଜି ସ୍ପଷ୍ଟ କରିଛନ୍ତି । ଏମିତିକି ତାଙ୍କୁ ଅନ୍ୟ ରାଜନୈତିକ ଦଳ ସହ ନ ଯୋଡିବା ପାଇଁ ବାରଣ କରିଛନ୍ତି । କେବଳ ତାଙ୍କ ଦଳ ଓ ରାଜନୀକାନ୍ତ ଫ୍ୟାନ କ୍ଲବ ତାଙ୍କର ଫଟୋକୁ ବ୍ୟବହାର କରିପାରିବ ବୋଲି ସେ କହିଛନ୍ତି ।

ତେବେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଦଳ କୌଣସି ଦଳକୁ ସମର୍ଥନ କରିବ ନାହିଁ ବୋଲି କହିଛନ୍ତି । ତାମିଲନାଡୁରେ ପାଣି ମୁଖ୍ୟ ସମସ୍ୟା ରହିଛି । ଆଗାମୀ ଲୋକସଭା ନିର୍ବାଚନରେ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ଯିଏ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବ ସେହି ଦଳକୁ ଜନତା ଭୋଟ ଦେବା ଉଚିତ ବୋଲି ସେ କହିଛନ୍ତି ।

ଡିସେମ୍ବର 31, 2017ରେ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପାଦ ଥାପିଥିଲେ । ଯଦିଓ ତାଙ୍କ ଦଳ ସ୍ବୀକୃତି ପ୍ରାପ୍ତ ହୋଇ ନାହିଁ କିନ୍ତୁ ତାଙ୍କ ଫ୍ୟାନ କ୍ଲବ ଏହାକୁ ରାଜନୈତିକ ଦଳ ଭାବରେ ପ୍ରଚାର କରୁଛି ।

ଦକ୍ଷିଣ ରାଜନୀତିରେ ମୁଖ୍ୟତଃ ସିନେ ଷ୍ଟାରଙ୍କର ପ୍ରଭାବ ରାଜନୀତିରେ ରହିଛି । ତେଣୁ ଅଭିନେତା ଜନତାଙ୍କ ଦିଗଦ୍ରଷ୍ଟା ସାଜିଥାନ୍ତି । ତେଣୁ ଚଳିତଥର ସୁପରଷ୍ଟାର ରଜନୀକାନ୍ତ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ଏମିତିକି ସେ ମଧ୍ୟ ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ହେଲେ କୌଣସି କାରଣରୁ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details