ନୂଆଦିଲ୍ଲୀ: ଆଲଫାବେଟ୍ ଏବଂ ଗୁଗଲ୍ ସିଇଓ ସୁନ୍ଦର ପିଚାଇ Give India ସଂସ୍ଥାକୁ 5 କୋଟି ଟଙ୍କା ଦାନ କରିଛନ୍ତି । ଏହାପୂର୍ବରୁ ଗୁଗୁଲ ମଧ୍ୟ 5 କୋଟି ଟଙ୍କା ଅନଲାଇନ୍ ଡୋନେସନ ସଂସ୍ଥାଙ୍କୁ ଦାନ କରିଥିଲା । Give India ଟ୍ବିଟ୍ କରି ଏହି ସୂଚନା ଦେଇଛି । ‘ଗରିବ, ଦିନ ମଜୁରିଆଙ୍କୁ 5କୋଟିର ସହାୟତା ରାଶି ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ’ବୋଲି ଟ୍ବିଟ କରିଛି Give India ।
Give Indiaକୁ 5 କୋଟିର ସହାୟତା ରାଶି ପ୍ରଦାନ କଲେ ସୁନ୍ଦର ପିଚାଇ - ଗୁଗଲ୍ ସିଇଓ ସୁନ୍ଦର ପିଚାଇ
ଆଲଫାବେଟ୍ ଏବଂ ଗୁଗଲ୍ ସିଇଓ ସୁନ୍ଦର ପିଚାଇ Give India ସଂସ୍ଥାକୁ 5 କୋଟି ଟଙ୍କା ଦାନ କରିଛନ୍ତି । ଏହାପୂର୍ବରୁ ଗୁଗୁଲ ମଧ୍ୟ 5 କୋଟି ଟଙ୍କା ଅନଲାଇନ୍ ଡୋନେସନ ସଂସ୍ଥାଙ୍କୁ ଦାନ କରିଥିଲା ।
![Give Indiaକୁ 5 କୋଟିର ସହାୟତା ରାଶି ପ୍ରଦାନ କଲେ ସୁନ୍ଦର ପିଚାଇ Sundar Pichai](https://etvbharatimages.akamaized.net/etvbharat/prod-images/768-512-6769234-383-6769234-1586765200977.jpg)
Give India ବର୍ତ୍ତମାନ ସୁଦ୍ଧା 12 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ସାରା ଦେଶରେ ଅସୁରକ୍ଷିତ ପରିବାରକୁ ସହାୟତା କରୁଛି। ଗତ ମାସରେ ପିଚାଇ ଘୋଷଣା କରିଥିଲା ଯେ, କମ୍ପାନୀ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ (SMBs), ସ୍ବାସ୍ଥ୍ୟ ସଂଗଠନ, ସରକାରଙ୍କୁ COVID-19 ମହାମାରୀ ସହାୟତା ପାଇଁ 800 ମିଲିୟନ ଡଲାରରୁ ଅଧିକ ଟଙ୍କା ପ୍ରଦାନ କରିବ।
ଏହାସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏବଂ ବିଶ୍ବରେ 100 ରୁ ଅଧିକ ସରକାରୀ ଏଜେନ୍ସିଗୁଡିକ COVID-19 ର ପ୍ରସାରକୁ କିପରି ରୋକିବା ପାଇଁ 250 ମିଲିୟନ ଡଲାର ଦିଆଯିବା ନେଇ ମଧ୍ୟ କହିଥିଲେ ସୁନ୍ଦର ପିଚାଇ । ଗୁଗୁଲ୍ ଆହୁରୀ 200 ନିୟୁତ ଡଲାରର ପୁଞ୍ଜି ବିନିଯୋଗ ପାଣ୍ଠି ଦେଇଛି ଯାହା ସାରା ବିଶ୍ବରେ ଏନଜିଓ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକୁ ସହାୟତା କରିବ ।