ରାୟପୁର: ଛତିଶଗଡ ସୁକମାରେ ହୋଇଥିବା ମାଓବାଦୀ ଆକ୍ରମଣ ଘଟଣାରେ 17 ଜଣ ଯବାନ ଶହୀଦ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ 14 ଜଣ ଯବାନ ଏବେ ବି ଗୁରୁତର ଅଛନ୍ତି । ଶନିବାର ମାଓ ପ୍ରବଣ ସୁକମାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଶହୀଦ ହୋଇଥିବା ଜବାନଙ୍କ ମଧ୍ୟରେ ଏସଟିଏଫ ଓ ଡିଆରଜି ଯବାନ ସାମିଲ ରହିଛନ୍ତି ।
ସୁକମା ନକ୍ସଲ ଆକ୍ରମଣ ଘଟଣା: 17 ଯବାନ ଶହୀଦ - ସୁକମା ନକ୍ସଲ ଆକ୍ରଣ ଘଟଣା
ଶନିବାର ଛତିଶଗଡର ସୁକମାରେ ହୋଇଥିବା ମାଓବାଦୀ ଆକ୍ରମଣରେ 17 ଜଣ ଯବାନ ଶହୀଦ ହୋଇଥିବା ନେଇ ସୂଚନା । ଶହୀଦଙ୍କ ମଧ୍ୟରେ 12 ଡିଆରଜି ଯବାନ ସାମିଲ । ଅଧିକ ପଢନ୍ତୁ...
![ସୁକମା ନକ୍ସଲ ଆକ୍ରମଣ ଘଟଣା: 17 ଯବାନ ଶହୀଦ ସୁକମା ନକ୍ସଲ ଆକ୍ରଣ ଘଟଣା: 17 ଯବାନ ଶହୀଦ](https://etvbharatimages.akamaized.net/etvbharat/prod-images/768-512-6502228-417-6502228-1584872458692.jpg)
ସୁକମା ନକ୍ସଲ ଆକ୍ରଣ ଘଟଣା: 17 ଯବାନ ଶହୀଦ
ସୁକମା ନକ୍ସଲ ଆକ୍ରମଣ ଘଟଣା: 17 ଯବାନ ଶହୀଦ
ଆହତ ଯବାନଙ୍କୁ ହେଲିକେପ୍ଟର ଜରିଆରେ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତର କରାଯାଇଛି । ବସ୍ତରର ଇତିହାସରେ ଏହା ସବୁଠୁ ବଡ ନକ୍ସଲ ଆକ୍ରମଣ, ଯେଉଁଥିରେ ଅନେକ ଡିଆରଜି ଯବାନଙ୍କୁ ପ୍ରାଣ ହରାଇବାକୁ ପଡିଛି । ଶହୀଦଙ୍କ ମଧ୍ୟରେ 12 ଜଣ ଡିଆରଜି ଯବାନ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Mar 22, 2020, 5:31 PM IST