ହାଇଦ୍ରାବାଦ: ଭାରତରେ ଦିନକୁ ଦିନ ବୃଦ୍ଧି ପାଉଛି ଆତ୍ମହତ୍ୟା ମାମଲା । ଦେଶରେ 2018 ମସିହାରେ 1,34,516 ଜଣ ଆତ୍ମହତ୍ୟା କରିଥିବାବେଳେ 2019ରେ 1,39,123 ଜଣ ଆତ୍ମହତ୍ୟା କରିଛନ୍ତି । ଯାହା ଦ୍ବାରା ଆତ୍ମହତ୍ୟା ଘଟଣାରେ ଏକ ପ୍ରକାର ବୃଦ୍ଧି ପରିଲକ୍ଷିତ ହୋଇଛି ।
ସମଗ୍ର ଭାରତରେ ଆତ୍ମହତ୍ୟା ହାର 10.4 ତୁଳନାରେ ସହରଗୁଡିକରେ ଆତ୍ମହତ୍ୟା ହାର 13.9 ଅଧିକ ଥିଲା ।
‘ପାରିବାରିକ ସମସ୍ୟା (ବିବାହ ସମ୍ବନ୍ଧୀୟ ସମସ୍ୟା ବ୍ୟତୀତ)’ (32.4%), ‘ବିବାହ ସମ୍ବନ୍ଧୀୟ ସମସ୍ୟା’ (5.5%) ଏବଂ ‘ଅସୁସ୍ଥତା’ (17.1%) 2019 ମସିହାରେ ଦେଶରେ ମୋଟ ଆତ୍ମହତ୍ୟାର 55.0 ପ୍ରତିଶତ ଅଟେ।
ତେବେ ପୁରୁଷ ଓ ମହିଳାଙ୍କ ଆତ୍ମହତ୍ୟା ଅନୁପାତ 70.2: 29.8 ରହିଛି ।
ପୁରୁଷ ପୀଡିତଙ୍କ ପ୍ରାୟ 68.4 ପ୍ରତିଶତ ବିବାହିତ ଥିବାବେଳେ ଏହି ଅନୁପାତରେ ମହିଳା ପୀଡିତଙ୍କ ପାଇଁ 62.5 ପ୍ରତିଶତ ଥିଲା।
ଆତ୍ମହତ୍ୟାର ଶିକାର ହୋଇଥିବା 12.6 ପ୍ରତିଶତ ଅଶିକ୍ଷିତ, 16.3 ପ୍ରତିଶତ ଆତ୍ମହତ୍ୟା ପୀଡିତା ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷିତ ହୋଇଥିଲେ, 19.6 ପ୍ରତିଶତ ଆତ୍ମହତ୍ୟା ପୀଡିତା ମଧ୍ୟମ ସ୍ତର ପର୍ଯ୍ୟନ୍ତ ଏବଂ ଆତ୍ମହତ୍ୟା ପୀଡିତଙ୍କ 23.3 ପ୍ରତିଶତ ମାଟ୍ରିକ ସ୍ତର ପର୍ଯ୍ୟନ୍ତ ଶିକ୍ଷିତ ହୋଇଥିଲେ। ମୋଟ ଆତ୍ମହତ୍ୟାର 3.7 ପ୍ରତିଶତ ସ୍ନାତକ ଏବଂ ତଦୁର୍ଦ୍ଧ୍ୱ ଥିଲେ ।
‘ରସି ଲଗାଇ’ 53.6 ପ୍ରତିଶତ ଆତ୍ମହତ୍ୟା କରିଥିବାବେଳେ, 25.8 ପ୍ରତିଶତ ବିଷ ପିଇ, 5.2 ପ୍ରତିଶତ ପାଣିକୁ ଡେଇଁ ଏବଂ ନିଜକୁ ଜାଳିଦେଇଥିବା 3.8 ପ୍ରତିଶତ ଲକ ଆତ୍ମହତ୍ୟା କରିଛନ୍ତି ।
ଅତ୍ୟଧିକ ଆତ୍ମହତ୍ୟା ମାମଲା ପାରିବାରିକ କଳହ ଦ୍ବାରା ହୋଇଛି । ସେଥିମଧ୍ୟରୁ ତାମିଲନାଡୁରେ 16, ଆନ୍ଧ୍ରପ୍ରଦେଶ 14, କେରଳ 11, ପଞ୍ଜାବରେ 9 ଏବଂ ରାଜସ୍ଥାନ 7 ରହିଛି ।
2019 ରେ 116 ଜଣ ଅନ୍ତେବାସୀ ଆତ୍ମହତ୍ୟା କରିଥିଲେ । ସେଥିମଧ୍ୟରୁ ସର୍ବାଧିକ ଉତ୍ତରପ୍ରଦେଶ 20 ପରେ ପଞ୍ଜାବରେ 13 ଏବଂ ପଶ୍ଚିମବଙ୍ଗ 11 ରିପୋର୍ଟ କରିଥିଲା।
ଚାଷୀ ଆତ୍ମହତ୍ୟା
2019ରେ 42,480 କୃଷକ ଏବଂ ଦିନ ମଜୁରିଆମାନେ ଆତ୍ମହତ୍ୟା କରିଛନ୍ତି । ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ 6% ବୃଦ୍ଧି ପାଇଛି, କାରଣ ଆତ୍ମହତ୍ୟା କରୁଥିବା କୃଷକଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବାବେଳେ ଦିନ ମଜୁରିଆଙ୍କ ସଂଖ୍ୟା 8% ବୃଦ୍ଧି ପାଇଛି ।
2019ରେ 10,281 କୃଷକ ଆତ୍ମହତ୍ୟା କରିଥିଲେ, ଯାହା 2018ରେ 10,357ରୁ ହ୍ରାସ ପାଇଥିଲାବେଳେ ଦିନ ମଜୁରିଆଙ୍କ ସଂଖ୍ୟା 30,132 ରୁ 32,559କୁ ବୃଦ୍ଧି ପାଇଥିଲା ।