ହାଇଦ୍ରାବାଦ: 2019ର ଆତ୍ମହତ୍ୟା ରିପୋର୍ଟ ପ୍ରକାଶ ପାଇଛି । 2018 ତୁଳନାରେ 2019ରେ 0.2 ପ୍ରତିଶତ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । 2018ରେ 1,34,516 ଜଣ ଆତ୍ମହତ୍ୟା କରିଥିବାବେଳେ 2019ରେ 1,39,123 ଜଣ ଆତ୍ମହତ୍ୟା କରିଛନ୍ତି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଆତ୍ମହତ୍ୟା ହାର ଅଧିକ ରହିଛି । ପାରିବାରିକ ସମସ୍ୟାରେ (ବିବାହ ସମ୍ବନ୍ଧୀୟ ସମସ୍ୟା ବ୍ୟତୀତ) 32.4%, ବିବାହ ସମ୍ବନ୍ଧୀୟ ସମସ୍ୟାରେ 5.5% ଓ ଅସୁସ୍ଥତାରେ 17.1% । ଦେଶରେ ସମୁଦାୟ ଆତ୍ମହତ୍ୟାର ମାତ୍ରା 55.0% ରହିଛି ।
2019 ବର୍ଷରେ ପୁରୁଷ ଓ ମହିଳାଙ୍କ ଆତ୍ମହତ୍ୟା ଅନୁପାତ 70.2:29.8 ରହିଛି । ପୁରୁଷ ପୀଡିତଙ୍କ ମଧ୍ୟରୁ ପ୍ରାୟ 68.4% ବିବାହିତ ଥିବାବେଳେ ମହିଳା ପୀଡିତଙ୍କ ସଂଖ୍ୟା 62.5% ରହିଛି । ଆତ୍ମହତ୍ୟାର 12.6% ପୀଡିତ ଅଶିକ୍ଷିତ, 16.3% ଆତ୍ମହତ୍ୟା ପୀଡିତ ପ୍ରାଥମିକ ଶିକ୍ଷିତ ଆତ୍ମହତ୍ୟା କରିଥିବା 19.6% ମଧ୍ୟବିତ୍ତ ଶିକ୍ଷା ଗ୍ରହଣ କରିଛନ୍ତି । ଏହାସହ 23.3% ଆତ୍ମହତ୍ୟା କରିଥିବା ଲୋକ ମ୍ୟାଟ୍ରିକ ଶିକ୍ଷିତ । ଏହାସହ 3.7% ଆତ୍ମହତ୍ୟା କରିଥିବା ଲୋକେ ସ୍ନାତକ ଶିକ୍ଷିତ ।
ଫାଶୀ ଲଗାଇ 53.6%, ବିଷ ପିଇ 25.8%, ପାଣିରେ ବୁଡ଼ି 5.2% ଓ ନିଜକୁ ଜାଳିଦେେଇ ଆତ୍ମହତ୍ୟା କରିଥିବା ପ୍ରତିଶତ 3.8% । ତାମିଲନାଡୁରେ ସର୍ବାଧିକ ଗୋଟିଏ ପରିବାରର 16 ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ 14, କେରଳରେ 11, ପଞ୍ଜାବରେ 9, ରାଜସ୍ଥାନରେ 7 । 2019ରେ 116 ଜଣ କଏଦୀ ଆତ୍ମହତ୍ୟା କରିଛନ୍ତି । ଉତ୍ତରପ୍ରଦେଶରେ ସର୍ବାଧିକ 20, ପଞ୍ଜାବରେ 13 ଓ ପଶ୍ଚିମବଙ୍ଗରେ 11 ।
ଚାଷୀ ଆତ୍ମହତ୍ୟା:-
2019ରେ 42,480 କୃଷକ ଓ ଦୈନିକ ଶ୍ରମିକ ଆତ୍ମହତ୍ୟା କରିଛନ୍ତି । ଯାହା ପ୍ରାୟ 6% ବୃଦ୍ଧି ପାଇଛି । 2018ରେ ଆତ୍ମହତ୍ୟା କରୁଥିବା କୃଷକଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା । ଶ୍ରମିକଙ୍କ ମୃତ୍ୟୁସଂଖ୍ୟା 8 ପ୍ରତିଶତ ବୃଦ୍ଧି ପାଇଛି । 2019ରେ 10,281 କୃଷକ ଆତ୍ମହତ୍ୟା କରିଛନ୍ତି । 2018ରେ 10,357 ଆତ୍ମହତ୍ୟା କରିଥିଲେ । ଦୈନିକ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା 30,132 ରୁ 32,559କୁ ବୃଦ୍ଧି ପାଇଛି । କୃଷି କ୍ଷେତ୍ରରେ ଆତ୍ମହତ୍ୟା ହାର ମୋଟ ଆତ୍ମହତ୍ୟାର 7.4 ପ୍ରତିଶତ ରହିଛି । ଦେଶରେ 5,957 କୃଷକ ଓ 4,324 କୃଷି ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଉତ୍ତରପ୍ରଦେଶ, ମଣିପୁର ଭଳି ରାଜ୍ୟ ଓ ଚଣ୍ଡିଗଡ଼, ଡାମନ ଆଣ୍ଡ ଡିୟୁ, ଦିଲ୍ଲୀ, ଲକ୍ଷାଦ୍ବୀପ, ପୁଡୁଚେରୀ ଭଳି କେନ୍ଦ୍ରଶାସିତ ଅଞ୍ଚଳରେ କୃଷକଙ୍କ ଆତ୍ମହତ୍ୟା ମାମଲା ଅଧିକ ରହିଛି ।
ତେବେ 2015ରେ ସର୍ବାଧିକ 10.6 ପ୍ରତିଶତ ଆତ୍ମହତ୍ୟା ହାର ଥିବା ବେଳେ 2016ରେ 10.3%, 2017ରେ 9.9% ,2018ରେ 10.2% ଓ 2019ରେ 10.2% ରହିଛି ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆତ୍ମହତ୍ୟା:-