ନୁଆଦିଲ୍ଲୀ : ବୁଧବାର ଆନ୍ଧ୍ରପ୍ରଦେଶର କୁର୍ନୁଲ ଫାୟାରିଙ୍ଗ ରେଞ୍ଜ ଠାରେ ମେନ୍ ପୋର୍ଟେବଲ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲ ପ୍ରଣାଳୀର ଏହା ତୃତୀୟ ସଫଳ ପରୀକ୍ଷଣ । ସେନାର ଥାର୍ଡ ଜେନେରେସନର ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲର ଆବଶ୍ୟକ କରୁଥିଲା । ଏହାକୁ ନଜରରେ ରଖି ଏହି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(DRDO) ଏହି ମିସାଇଲର ପ୍ରସ୍ତୁତି କରିଛି ।
ଏହି ମିସାଇଲର ପରୀକ୍ଷଣ ସମୟରେ ମିସାଇଲକୁ ଏକ ଟ୍ରାଇପଡରୁ ଫାୟାର କରାଯାଇଥିଲା ଏବଂ ଏହାର ଟାର୍ଗେଟରେ ଏକ ଟ୍ୟାଙ୍କ ରଖାଯାଇଥିଲା । ମିସାଇଲ ଟପ ଆଟାକ ମୋଡରେ ଲକ୍ଷ୍ୟକୁ ଟାର୍ଗେଟ କରିଛି ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛି ।