କୋଲକତା: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ବିଚ୍ଛିନ୍ନ ରେଳ ସଂଯୋଗର ପୁନରୁଦ୍ଧାର ସହିତ ଏକ ସଫଳ ପରୀକ୍ଷଣରେ ଆଗକୁ ବଢିଛି । ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡି ଠାରୁ ବାଂଲାଦେଶର ଚିଲାହାତୀ ପର୍ଯ୍ୟନ୍ତ ହଲଦୀବାରୀ ଦେଇ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ରେଳ ମାର୍ଗ ଦୀର୍ଘ 55 ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ।
1965 ମସିହାରେ ଭାରତ ଏବଂ ପୂର୍ବ ପାକିସ୍ତାନନ ମଧ୍ୟରେ ରେଳ ସଂଯୋଗ ବନ୍ଦ ହେବା ପରେ ବାଂଲାଦେଶର ହଳଦୀବାରୀରୁ ଚିଲାହାଟୀ ପର୍ଯ୍ୟନ୍ତ ରେଳ ଲାଇନ ବନ୍ଦ ହୋଇଯାଇଥିଲା । ଯଦିଓ ପରେ ବାଂଲାଦେଶ ସ୍ବାଧୀନତା ହାସଲ କଲା । କିନ୍ତୁ ଏହି ମାର୍ଗରେ ଆନ୍ତଃ- ସୀମା ଟ୍ରେନ୍ ସେବା ସ୍ଥଗିତ ରହିଲା ।