ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ପୁଣି ତାଜା ହେଲା ଅଯୋଧ୍ୟା ବିବାଦ । ରାମ ମନ୍ଦିର ନିର୍ମାଣକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାର ଜମି ବଣ୍ଟନ କରିବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ସ୍ବାମୀ । ଏହା ସହିତ ରାମସେତୁକୁ ରାଷ୍ଟ୍ରୀୟ ପୌରାଣିକ ସ୍ମାରକର ମାନ୍ୟତା ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।
'ରାମ ମନ୍ଦିର ନିର୍ମାଣ ପାଇଁ ବଣ୍ଟାଯାଉ ଅଯୋଧ୍ୟା ଜମି'
ରାମ ମନ୍ଦିର ନିର୍ମାଣକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାର ଜମି ବାଣ୍ଟିବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ସ୍ବାମୀ ।
ସେ ନିଜ ଚିଠିରେ ଲେଖିଛନ୍ତି, ସରକାରଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ଜମି ବଣ୍ଟନ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିନାହିଁ । କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ପି ବି ନରସିଂହ ରାଓ ସରକାର ଥିବା ସମୟରେ ଜମିକୁ ରାଷ୍ଟ୍ରୀୟକରଣ କରି ଦେଇଥିଲେ । ତେବେ ଧାରା ୩୦୦ଏ ଆଧାରରେ ନିର୍ମାଣ କାର୍ଯ୍ୟରେ ସୁପ୍ରିମକୋର୍ଟ କୌଣସି ପ୍ରଶ୍ନ କରି ପାରିବ ନାହିଁ । ସେ କେବଳ କ୍ଷତିପୂରଣ ସ୍ଥିର କରି ପାରିବେ। ତେଣୁ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ ସରକାରଙ୍କୁ କୌଣସି ବାଧା ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଅଯୋଧ୍ୟା ଜମି ବିବାଦ ଦୀର୍ଘ ଦିନ ହେବ ସୁପ୍ରିମ କୋର୍ଟରେ ରହିଛି । ମୋଦି ସରକାର ଗତ ଜାନୁଆରୀରେ ବିବାଦୀୟ ସ୍ଥଳ ନିକଟରେ ଥିବା 67 ଏକର ଜମିକୁ ତାର ଅସଲି ମାଲିକକୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।